ବରଯାତ୍ରୀଙ୍କ ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ମାଲକାନଗିରି: ବରଯାତ୍ରୀ ମାନେ ଶୋଭାଯାତ୍ରାରେ ବ୍ୟସ୍ତ ଥିବା ବେଳେ ତାଙ୍କର ଉପରକୁ ଚାଉଳ ବୋଝେଇ ଟ୍ରକ୍ ମାଡ଼ିଯାଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଆଜି ଅପରାହ୍ନରେ ଘଟିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବରଯାତ୍ରୀ ମାନେ ପାଣ୍ଡ୍ରିପାଣି ମୁଖ୍ୟ ରାସ୍ତାରେ ଯାଉଥିଲେ ।

ଏହି ସସମୟରେ ଏକ ଚାଉଳ ବୋଝେଇ ଟ୍ରକ୍ ବିବାହ ବରଯାତ୍ରୀ ଶୋଭାଯାତ୍ରା ନିକଟକୁ ପହଞ୍ଚି ଥିଲା । ଟ୍ରକ୍ ଚାଳକ ଧୈର୍ଯ୍ୟ ଧରି ପାରି ନଥିଲେ । ସେ ଆଗକୁ ବଢ଼ିବା ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ । ଟ୍ରକ୍ ନେଇ ସିଧାସଳଖ ଶୋଭାଯାତ୍ରା ଉପରକୁ ମାଡ଼ି ଯାଇଥିଲେ ।

ତେବେ ଏହି ସମୟରେ ଟ୍ରକ୍ ଚକା ତଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଟ୍ରକ୍ ଚାଳକକୁ ଗିରଫ ଓ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *