ଲାଲ ଆତଙ୍କ: ସୁପରଭାଇରଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ । ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ । ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ଛତିଶଗଡ଼ ନାରାୟଣପୁର ଜିଲ୍ଲା ମୋଡ଼େନାରରେ । ସୂଚନା ଅନୁଯାୟୀ, ନାରାୟଣପୁର ଜିଲ୍ଲା ମୋଡ଼େନାରରେ ରାସ୍ତା କାମ ଚାଲିଥିଲା । ମାଓବାଦୀମାନେ ଏହି ରାସ୍ତାକାମକୁ ବିରୋଧ କରୁଥିଲେ । ଏହାକୁ ବିରୋଧ କରି ମାଓବାଦୀମାନେ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ହତ୍ୟା କରିବା ସହିତ ସଂସ୍ଥାର ୪ଟି ଗାଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି । ହତ୍ୟା ପରେ ଘଟଣାସ୍ଥଳରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି । ରାସ୍ତା କାମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ରାସ୍ତା କାମକୁ ସ୍ଥାନୀୟ ଲୋକ ସହଯୋଗ ନ କରିବାକୁ ପୋଷ୍ଟରରେ ଧମକ ଦିଆଯାଇଛି । ଏହି ହିଂସାକାଣ୍ଡରେ ଶତାଧିକ ସଶସ୍ତ୍ର ମହିଳା ଓ ପୁରୁଷ ନକ୍ସଲ ସାମିଲ ଥିଲେ । ଏହି ଘଟଣାପରେ ପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *