ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି : ମାଓ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କଲେ ଶହ ଶହ ଆଦିବାସୀ

ମାଲକାନଗିରି: ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି । ଅନେକ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କରିଛନ୍ତି । ଏହାସହ ପୋଲିସର ବାରମ୍ବାର ଅପରେସନକୁ ତୀବ୍ର ବିରୋଧ କରିଛନ୍ତି । ସୁରକ୍ଷାକର୍ମୀଙ୍କ ଅପରେସନ ଯୋଗୁଁ ଆଦିବାସୀମାନେ ଜଙ୍ଗଲକୁ ଯିବା ଲାଗି ଭୟ କରୁଛନ୍ତି । ନିରୀହ ଆଦିବାସୀ ମାନଙ୍କୁ ବିନା କାରଣରେ ନିର୍ଯାତନା ଦେଉଛନ୍ତି ବୋଲି ସେମାନେ କହିଛନ୍ତି । ଏପରିକି ଯୁବକ ଯୁବତୀ ମାନଙ୍କୁ ଏହା ବିରୋଧରେ ଲଢେଇ ପ୍ରଜାମେଳିରେ ଆହ୍ୱାନ ଦିଆଯାଇଛି । ପ୍ରଜାମେଳିରେ ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳୀ ମାନେ ନାଚଗୀତ କରିଥିଲେ ।

ନଭେମ୍ବର ୨୧ ତାରିଖରେ ମାଓବାଦୀ ମାନେ ସେମାନଙ୍କର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହା ପ୍ରସ୍ତୁତି ବୈଠକ ବୋଲି କୁହାଯାଉଛି । ସେପଟେ ମାଲକାନଗିରି ଜିଲ୍ଲା କେରିମାଟି ଠାରେ ଚାଲିଥିବା ମାଓ ଅପରେସନ ଶେଷ ହୋଇଛି । ସର୍ଚ୍ଚ ଅପରେସନରେ ପୋଲିସକୁ ଗୁଳିଗୋଳା ସହ ମାଓ ସାମଗ୍ରୀ ମିଳିଛି । ମାଓ ଶିବିର ଥିବାର ସୂଚନା ପାଇ କେରିମାଟି ପାହାଡରେ ଏସଓଜି ଏବଂ ଡିଭିଏଫ ଯବାନ ମିଳିତ ଚଢ଼ଉ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ । ପୋଲସ୍ ମଧ୍ୟ ପାଲଟା ଜବାବ ଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ପ୍ଲାଟୁନ କମାଣ୍ଡର ଖସି ଯାଇଥିବା ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *