ମଳିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: ଶୀର୍ଷରେ ଶେଫାଳୀ କାଏମ୍‌

ଦୁବାଇ: ଭାରତୀୟ ଟିନ୍‌ଏଜ୍ ଓପ୍ନର୍ ଶେଫାଳୀ ବର୍ମା ସଦ୍ୟ ପ୍ରକାଶିତ ଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନରେ କାଏମ୍ ରହିଛନ୍ତି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ ଯୁଗ୍ମ ଭାବେ ଅଲ୍‌ରାଉଣ୍ଡର୍ ତାଲିକାର ଶୀର୍ଷକ଼ୁ ଉଠିଛନ୍ତି । ଶେଫାଳୀ ୭୫୯ ର‌୍ୟାଙ୍କିଙ୍ଗ୍ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆର ବେତ୍ ମୁନୀ (୭୪୪) ଓ ଭାରତୀୟ ଉପଅଧିନାୟିକା ସ୍ମୃତି ମନ୍ଧାନା (୭୧୬) ତାଙ୍କ ପଛକୁ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ମେଗ୍ ଲାନିଙ୍ଗ୍ ୭୦୯ ପଏଣ୍ଟ ସହ ୪ର୍ଥ ରହିଛନ୍ତି । ସେହିପରି ଡିଭାଇନ୍ ମଧ୍ୟ ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୬୮୯ ପଏଣ୍ଟ ସହ ୫ମ ସ୍ଥାନକୁ ଉଠିଛନ୍ତି । ହୋଭ୍‌ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୩ୟ ଟି-୨୦ ମ୍ୟାଚ୍‌ରେ ଡିଭାଇନ୍ ୫୦ ରନ୍ କରିବା ସହ ୨୬ ରନ୍‌ରେ ୨ ୱିକେଟ୍ ନେଇଥିଲେ, ଯାହା ତାଙ୍କୁ ଇଂଲଣ୍ଡର ନାତାଲି ସ୍କିଭର୍‌ଙ୍କ ସହିତ ଯୁଗ୍ମ ଭାବେ ଅଲ୍‌ରାଉଣ୍ଡର୍ ତାଲିକା ଶୀର୍ଷରେ ପହଞ୍ଚାଇବାରେ ସହାୟତା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଲ୍‌ରାଉଣ୍ଡର୍ ର‌୍ୟାଙ୍କିଙ୍ଗ୍‌ରେ ବିଶେଷ ଭାବେ ଲାଭାନ୍ୱିତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଭାରତର ଦୀପ୍ତି ଶର୍ମା, ଅଷ୍ଟ୍ରେଲିଆର ଏଲିସ୍ ପେରୀ ଓ ୱେଷ୍ଟଇଣ୍ଡିଜ୍‌ର ହାଲେ ମାଥ୍ୟୁଜ୍ ସାମିଲ । ସେମାନେ ଯଥାକ୍ରମେ ୪, ୫ ଓ ୬ ନଂ. ସ୍ଥାନକୁ ଉଠିଛନ୍ତି । ୱେଷ୍ଟଇଣ୍ଡିଜ୍‌ର ଷ୍ଟେଫାନି ଟେଲର୍ ୩ଟି ସ୍ଥାନ ତଳକୁ ଖସି ୭ମରେ ରହିଛନ୍ତି । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ସବୁଠୁ ଲାଭବାନ ହୋଇଛନ୍ତି ସାଉଥ୍ ଆଫ୍ରିକାର ଲିଜେଲ୍ ଲି । ସେ ୩ଟି ସ୍ଥାନର ଉନ୍ନତି ସହ ୮ମରେ ପହଞ୍ଚିଛନ୍ତି । ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ମେଗାନ୍ ଶଟ୍ ୨ଟି ଓ ଜେସ୍ ଜୋନାସନ୍ ଗୋଟିଏ ସ୍ଥାନର ଉନ୍ନତି ସହ ଯଥାକ୍ରମେ ୨ୟ ଓ ୪ର୍ଥକୁ ଉଠିଛନ୍ତି । ଭାରତର ଦୀପ୍ତି ଶର୍ମା ନଂ ୬କୁ ଉଠିଥିବା ବେଳେ ପୁନମ୍ ଯାଦବ ୮ମ ସ୍ଥାନରେ ସ୍ଥିର ରହିଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଯୁଗ୍ମ ଭାବେ ସର୍ବାଧିକ ୱିକେଟ୍ ହାସଲ କରିଥିବା ହିଲି ମାଥ୍ୟୁଜ୍ ୭ଟି ସ୍ଥାନର ଉନ୍ନତି ସହ ବୋଲିଂ ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ୧୫ରେ ପ୍ରବେଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *