ବଡ଼ ଆତଙ୍କୀ ଆକ୍ରମଣ ଉଦ୍ୟମ, ରୋକିବାରେ ସକ୍ଷମ ହେଲା ପୋଲିସ୍

ଅମୃତସର: ପଞ୍ଜାବ ପୋଲିସ ଗୁରୁବାର ବିପୁଳ ବିଦେଶୀ ପିସ୍ତଲ ଜବତ କରିଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ଫଳରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ରୋକା ଯାଇପାରିଛି । ଏହି ଅସ୍ତ୍ରଶସ୍ତ୍ର ଚୋରା କାରବାର କରୁଥିବା ବ୍ୟକ୍ତିର ଆମେରିକା, କାନାଡା ଓ ବ୍ରିଟେନରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସମେତ ଭାରତ ବିରୋଧୀ ଖଲିସ୍ତାନୀଙ୍କ ସହ ଲିଙ୍କ ଥିବା ସୂଚନା ମିଳିଛି । ସେ ଆମେରିକାର ଜଣେ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଜଣାପଡ଼ିଛି । ଘଟଣା ସମ୍ବନ୍ଧରେ ଡିଜିପି ଦୀନକର ଗୁପ୍ତା କହିଛନ୍ତି ଯେ ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଭାରତରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିବା ପାଇଁ ଅଣାଯାଇଥିଲା ।

ଗିରଫ ବ୍ୟକ୍ତିଙ୍କ ନାମ ଜଗଜୀତ ସିଂହ(୨୫) ଓ ତାକୁ ଅମୃତସରର କାଥୁନାଙ୍ଗଲରୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି । ତାଙ୍କଠାରୁ ୨ଟି ବ୍ୟାଗ ଜବତ ହୋଇଥିଲା ଯେଉଁଥିରେ ୪୮ ଟି ବିଦେଶୀ ବନ୍ଧୁକ ଏବଂ ମାଗାଜିନ ରହିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଜଗଜୀତ ସିଂହ ଜଣେ ପୁରୁଣା ଗ୍ୟାଙ୍ଗଷ୍ଟର ତଥା ଅପରାଧୀର ନିର୍ଦ୍ଦେଶରେ ଏହି କାର୍ଯ୍ୟ କରୁଥିଲା । ସେ ଆମେରିକାର ଜଣେ ସ୍ମଗଲର ସହ ମଧ୍ୟ ଲିଙ୍କରେ ରହିଛି । ତା ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *