ଆଦିବୀ ଶେଷଙ୍କ ‘ମେଜର’କୁ ଧମାକାଦାର ଟିଜର କହିଲେ ସଲମାନ ଖାନ୍‌‌

ନୂଆଦିଲ୍ଲୀ:    ରିଲିଜ୍‌ହୋଇ ସାରିଛି ଶଶି କିରଣ ଟିକାଙ୍କ ଫିଲ୍ମ ମେଜରର ଟିଜର । ଏହି ଫିଲ୍ମରେ ଆଦିବି ଶେଷ୍‌ଏବଂ ସଇ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟିଜର ଖୁବ୍‌ଆକର୍ଷଣୀୟ ହୋଇଛି । ଫିଲ୍ମର ଟିଜର ଜାରି କରିଛନ୍ତି ସାଉଥ୍‌ସୁପରଷ୍ଟାର ମହେଶ୍‌ବାବୁ । ସେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରି ଲେଖିଛନ୍ତି, ଭାରତୀୟ ହିରୋଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଏହା ଏକ ଜୁରୁରୀ ଯାତ୍ରାର ଆରମ୍ଭ ।

ସୂଚନାଯୋଗ୍ୟ ମେଜର ଫିଲ୍ମରେ ଆଦିବୀ ଶେଷ୍‌୨୬/୧୧ରେ ଶହୀଦ ମେଜର ଅତ୍ରିକୃଷ୍ଣାନ୍‌ଙ୍କ ଚରିତ୍ରରେ ନଜର ଆସିବେ । ଟିଜରରେ ଆଦିବୀଙ୍କ ଅଭିନୟ ଖୁବ୍‌ଜୀବନ୍ତ ମନେ ହେଉଛି । ଫିଲ୍ମରେ ପ୍ରକାଶ ରାଜ୍‌, ରେବତୀ, ମୁରଲୀ ଶର୍ମା ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ । ସଲମାନ ଖାନ୍‌ଏବଂ ପୃଥ୍ୱୀରାଜ୍‌ସୁକୁମାରନ ଫିଲ୍ମର ହିନ୍ଦୀ ଏବଂ ମଲୟାଲାମ ଟିଜର ଲଞ୍ଚ୍‌କରିଛନ୍ତି । ତେବେ ଫିଲ୍ମର ଟିଜରକୁ ବେଶ୍‌ଭଲ ରେସପନ୍ସ ମିଳୁଛି । ଆଦିବୀ ଶେଷଙ୍କ ଏହି ଫିଲ୍ମ କେବଳ ତେଲୁଗୁ ଭାଷାରେ ନୁହେଁ ବରଂ ହିନ୍ଦୀ, ଓ ମଲୟାଲାମ ଭାଷାରେ ମଧ୍ୟ ରିଲିଜ୍‌ହେବ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ମହେଶ ବାବୁ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *