ଏବେ ନିଆଁ ହେବ ମହଙ୍ଗା: ୧୪ ବର୍ଷ ପରେ ବଢିବାକୁ ଯାଉଛି ଦିଆସିଲି ଦାମ

ନୂଆଦିଲ୍ଲୀ : ଦେଶରେ ବେଲଗାମ ତୈଳ ଦର । ତା’ ଉପରେ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଆଉ ଚାରି ଆଡୁ ମହଙ୍ଗା ମାଡରେ ବେହାଲ ଜନତା । ଗ୍ୟାସଠୁ ନେଇ ଖାଇବା ତେଲ ସବୁର ଦର ଏବେ ଆକାଶଛୁଆଁ ରହିଛି । ଏବେ ଆଉ ଗୋଟିଏ ଜିନିଷ ମହଙ୍ଗା ହେବାକୁ ଯାଉଛି । ସେ ହେଉଛି ଦିଆସିଲି । ଏକ ଟଙ୍କାରେ ମିଳୁଥିବା ଦିଆସିଲିର ମୂଲ୍ୟ ବଢି ଏବେ ଦୁଇ ଟଙ୍କା ହେବ । ଏହି ନୂତନ ଦାମ ଡିସେମ୍ବର ୧ରୁ ଲାଗୁ ହେବ । ପାଞ୍ଚ ପ୍ରମୁଖ ଦିଆସିଲି ଉଦ୍ୟୋଗଙ୍କ ପ୍ରତିନିଧି ସର୍ବସମ୍ମତିକ୍ରମେ ଡିସେମ୍ବର ୧ରୁ ବର୍ଦ୍ଧିତ ଦର ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶେଷ ଥର ଦିଆସିଲି ପକେଟର ମୂଲ୍ୟ ୨୦୦୭ରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ୫୦ ପଇସା ବଢାଯାଇ ଦିଆସିଲି ପକେଟର ମୂଲ୍ୟ ଏକ ଟଙ୍କା କରାଯାଇଥିଲା । ଏବେ ଏହାର ଦାମ ଟଙ୍କାଏ ବଢାଯାଇ ଦୁଇ ଟଙ୍କା କରାଯାଇଛି । ଗୁରୁବାର ଶିବକାଶୀରେ ଅଲଇଣ୍ଡିଆ ଚାମ୍ବର ଅଫ ମାଚିସର ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ଦିଆସିଲି ନିର୍ମାତାକାରୀଙ୍କ କହିବା କଥା ଦିଆସିଲି ପ୍ରସ୍ତୁତିରେ ୧୦ରୁ ଅଧିକ ପ୍ରକାରର କଞ୍ଚାମାଲ ଆବଶ୍ୟକ ପଡିଥାଏ । ହେଲେ ବର୍ତ୍ତମାନ କଞ୍ଚମାଲର ଦାମ ବଢିବାରେ ଲାଗିଛି । ତେଣୁ ନିର୍ମାତାଙ୍କୁ ବର୍ତ୍ତମାନ ସେହି ଦାମରେ ଦିଆସିଲି ବିକ୍ରି କରିବା ସମ୍ଭବ ନୁହେଁ । ନିର୍ମାତା କହିଛନ୍ତି ଯେ, ଏକ କିଲୋଗ୍ରାମ ଲାଲ ଫସଫେଟର ମୂଲ୍ୟ ୪୨୫ ଟଙ୍କାରୁ ବଢି ୮୧୦ ଟଙ୍କା ହୋଇ ଯାଇଛି । ମହମବତୀ ୫୮ ଟଙ୍କାରୁ ବଢି ୮୦ ଟଙ୍କାରେ ପହଞ୍ଚି ଯାଇଛି । ଦିଆସିଲି ବାହାର ଖୋଳପାର ମୂଲ୍ୟ ୩୬ ରୁ ୫୫ ଟଙ୍କା ହୋଇ ଯାଇଛି । ଭିତର ଖୋଳପାର ଦାମ ୩୨ ଟଙ୍କାରୁ ବଢି ୫୮ ଟଙ୍କାରେ ପହଞ୍ଚି ଯାଇଛି । ଏହି ପରି ଅନ୍ୟ କଞ୍ଚାମାଲର ଦାମ ମଧ୍ୟ ବଢି ଯାଇଛି । ପୁଣି ଡିଜେଲ ମୂଲ୍ୟର ଆକାଶଛୁଆଁ ଦର ବୃଦ୍ଧି ଉଦ୍ୟୋଗ ଉପରେ ଅତିରିକ୍ତ ବୋଝ ପକାଇଛି । ତେଣୁ ଏବେ ବର୍ତ୍ତମାନର ମୂଲ୍ୟରେ ଦିଆସିଲି ବିକ୍ରି କରିବା ସମ୍ଭବ ନୁହେଁ ବୋଲି ଦିଆସିଲି ନିର୍ମାତାକାରୀମାନେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *