ରୋଷେଇ ଘରକୁ ମହଙ୍ଗା ମାଡ଼ : ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ-ଡିଜେଲ ପରେ ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ରୋଷେଇ ଗ୍ୟାସର ଦର ବଢ଼ିଛି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି । ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି । ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩୪.୫ ଟଙ୍କା ହୋଇଛି । ମୁମ୍ବାଇରେ ଏହାର ମୂଲ୍ୟ ୨୫.୫୦ ଟଙ୍କା ବଢ଼ି ୮୩୪.୫ ଟଙ୍କା ହୋଇଛି । କୋଲକାତାରେ ୯୬୧ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୫୦.୫ ଟଙ୍କାକୁ ବୃଦ୍ଧି ପାଇଛି ସିଲିଣ୍ଡର ମୂଲ୍ୟ । ଭୁବନେଶ୍ୱରରେ ୧୪.୨ କେଜିର ଭାରତ ଗ୍ୟାସ ୮୩୫.୫୦ ଟଙ୍କା ଥିବାବେଳେ ଆଜିଠାରୁ ୮୬୧ ଟଙ୍କା ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *