ଲଭ୍ ସେକ୍ସ ଧୋକା : ବର୍ଷେ ପରେ ମିଳିଲା ପ୍ରେମିକାର ହାଡ ଓ ଚୁଡି

କେନ୍ଦୁଝର : ପ୍ରେମ ଜାଲରେ ପଂସାଇ, ଯୁବତୀଙ୍କୁ ପ୍ରତାରଣା ଓ ପରେ ହତ୍ୟା କଲା ପ୍ରେମିକ । ଦୀର୍ଘ ୧ ବର୍ଷ ପରେ ପ୍ରେମିକାର ହାଡ଼ ଓ ଚୁଡ଼ୀ ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ । ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ, ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ୱାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହିଥିଲେ ।

ହେଲେ, ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର । ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କ ପଚରା ଉଚୁରା କରିବା ପରେ ଆଜି ନବାତଙ୍କ ହାଡ ଓ ଚୁଡ଼ୀ ଆଦି ଜୁଡ଼ିଆ ଘାଟିରୁ ଠାବ କରିଛି ପୋଲିସ । ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫରେନସିକ ଟିମ ଘଟଣା ସ୍ଥଳରେ ଯାଞ୍ଚ କାର୍ଯ୍ୟ ସାରିଛନ୍ତି । ଏପଟେ ଅଭିଯୁକ୍ତ ଚକ୍ରଧର ରାଗରେ ଏପରି କରିଛି ବୋଲି ସ୍ୱୀକାର କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *