ଜଣେ ଯୁବକ ପାଇଁ ବିଚ୍ ରାସ୍ତାରେ ପିଟାପିଟି ହେଲେ ଦୁଇ ଯୁବତୀ

ଲକ୍ଷ୍ନୌ : ଜଣେ ଯୁବକ ପାଇଁ ଦୁଇ ଯୁବତୀ ପିଟାପିଟି । ଉଭୟେ କହୁଛନ୍ତି ଯୁବକ ଜଣକ ତାଙ୍କ ପ୍ରେମିକ । ଜଣେ ପ୍ରେମିକଙ୍କ ପାଇଁ ବିଚ୍ ରାସ୍ତାରେ ଦୁଇ ପ୍ରେମିକା ମାରପିଟ୍ ଲାଗୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ମାରପିଟ୍ ହୋଇଥିବା ଜଣାଯାଇଛି । ଲକ୍ଷ୍ନୌର ବାରାବୀରବା ଛକ ନିକଟରେ ଏକ ହୋଟେଲ ସାମ୍ନାରେ ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଯୁବତୀ ପରସ୍ପରକୁ ବିଧା, ଲାତ, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ, ଜଣେ ପ୍ରେମିକକୁ ନେଇ ପୂର୍ବ ଓ ବର୍ତ୍ତମାନର ପ୍ରେମିକାଙ୍କ ମଧ୍ୟରେ ହାଇ ଭୋଲଟେଜ୍‌ର ମାଡ଼ଗୋଳ ସୋମବାର ରାତିରେ ଲାଗିଥିଲା । ବିଳମ୍ବିତ ରାତିରେ ହୋଟେଲ ସାମ୍ନାକୁ ଜଣେ ଯୁବତୀ କାରରେ ଆସିଥିଲେ । ଯୁବତୀଙ୍କୁ ଦେଖି ତାଙ୍କ ପାଖକୁ ରବିନ୍ ନାମକ ଜଣେ ଯୁବକ ଆସିଥିଲେ । ରବିନ୍‌ଙ୍କ ସହ ଦୁଇ ଯୁବତୀ ଥିଲେ । କୁହାଯାଉଛି ଯେ କାରରେ ଆସିଥିବା ଯୁବତୀ ହେଉଛନ୍ତି ରବିନ୍‌ଙ୍କ ପୂର୍ବତନ ପ୍ରେମିକା । କାରରୁ ଓହ୍ଲାଇବା ପରେ ବର୍ତ୍ତମାନର ପ୍ରେମିକା ପୂର୍ବ ପ୍ରେମିକା ସହ ମାରପିଟ୍ କରିବା ଆରମ୍ଭ କରି ଦେଇଥିଲେ । କେବଳ ସେତିକି ନୁହେଁ, ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଏହା ପରେ ବର୍ତ୍ତମାନର ପ୍ରେମିକା ଓ ତାଙ୍କ ସହ ଥିବା ଯୁବତୀ ପୂର୍ବ ପ୍ରେମିକାକୁ ପ୍ରବଳ ପିଟିଥିଲେ । ଫଳରେ ପୂର୍ବ ପ୍ରେମିକା ରାସ୍ତାରେ ପଡ଼ିଯାଇଥିଲେ । ପରେ ପୂର୍ବ ପ୍ରେମିକାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଦିନେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକ ପୂର୍ବରୁ ହିଁ ବିବାହିତ ଓ ତାଙ୍କର ୨ଟି ପିଲା ଅଛନ୍ତି । ପ୍ରେମିକର ସତ ଜାଣିବା ପରେ ସେ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହି ସମୟରେ ରବିନ୍ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ବୋଲି କହି ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । କିନ୍ତୁ ସେ ଏହାକୁ ବିରୋଧ କରିବାରୁ ପ୍ରେମିକ ଜଣକ ତାଙ୍କ ପ୍ରାଇଭେଟ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ । ଅନ୍ୟପଟେ ପୋଲିସ କହିଛି ଯେ ଏବେ ସେ ମାମଲାର ତଦନ୍ତ କରୁଛନ୍ତି । ତେବେ ସୋମବାର ଉକ୍ତ ଯୁବତୀ ଜଣକ ରବିନ୍‌ଙ୍କ ସହ ରାସ୍ତାରେ ଦେଖା ହୋଇଥିଲେ । ସେତେବେଳେ ରବିନ୍‌ଙ୍କ ସହ ଅନ୍ୟ ୨ ଜଣ ଯୁବତୀ ମଧ୍ୟ ଥିଲେ । ସେମାନେ ପୂର୍ବ ପ୍ରେମିକାଙ୍କୁ ପାଟିତୁଣ୍ଡ କରିବା ସହ ହଠାତ୍ ମାଡ଼ ମାରିଥିଲେ । ତେବେ ଏହି ମାମଲାରେ ପୋଲିସ ରବିନ୍‌ଙ୍କୁ ଗିରଫ କରିଥିବା ଜଣାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *