ପ୍ରେମ କରି ଛାଡ଼ିଦେଲେ ଅଧ୍ୟାପିକା….

ଭୁବନେଶ୍ୱର : ଜଣେ ଛାତ୍ରକୁ ଦୁଇ ବର୍ଷ ଧରି ପ୍ରେମ ଜାଲରେ ଫସାଇଲେ । ଏପରିକି ଛାତ୍ରକୁ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ନିଜ ମନ ପୁରିଗଲା ପରେ ଦୂରେଇଗଲେ ଅଧ୍ୟାପିକା ପ୍ରେମିକା । ଯାହାକୁ ନେଇ ମେଧାବୀ ଛାତ୍ର ଜଣକ ପ୍ରେମ ପାଇଁ ନିଜ ପାଠପଢ଼଼ା ବର୍ବାଦ କରିଥିବା ଦୁଇବର୍ଷ ତାଙ୍କର ଉକ୍ତ ଅଧ୍ୟାପିକା ଫେରାଇଦେବା ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନଫୋସିଟି ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ଏହି ଥାନା ଅଧୀନ ପଟିଆରୁ ଇନ୍‌ଫୋସିଟି ଯିବା ରାସ୍ତାରେ ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ଅଛି । ଉକ୍ତ କଲେଜରେ ଅନଗୁଳ ଅଞ୍ଚଳର ଜଣେ ଛାତ୍ର ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଡ଼ମିସନ କରିଥିଲେ । ଛାତ୍ର ଜଣକ କହିବା ମୁତାବକ ସେ ଭଲ ପାଠ ପଢୁଥିଲେ । ଫଳରେ ତାଙ୍କ କଲେଜର ଅଧ୍ୟାପିକା ଭାବେ ଥିବା ଜଗତସିଂହପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଛାତ୍ର ଜଣଙ୍କ ଅଧ୍ୟାପିକାଙ୍କ ପ୍ରେମରେ ପଡ଼ି ଦୀର୍ଘ ଦୁଇ ବର୍ଷ ଜଣେ ଜଣକୁ ଭଲ ପାଇଲେ । ବର୍ତ୍ତମାନ ଅଧ୍ୟାପିକା ଛାତ୍ରଙ୍କ ଠାରୁ ବିନା କାରଣରେ ଦୂରେଇ ଯାଇଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏଥି ସହ ଉକ୍ତ ଅଧ୍ୟାପିକା ତାଙ୍କ ପାଠପଢ଼ାରେ ଦୁଇବର୍ଷ ବର୍ବାଦ କରିଛନ୍ତି । ଅଧ୍ୟାପିକା ତାଙ୍କୁ ବିବାହ କରନ୍ତୁ କିମ୍ବା ତାଙ୍କର ବର୍ବାଦ କରିଥିବା ଦୁଇ ବର୍ଷ ଫେରାନ୍ତୁ ବୋଲି ଥାନାରେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଛାତ୍ର ଜଣଙ୍କ ନିଜେ ରୋଜଗାର କରି ପାଠ ପଢୁଥିଲେ । ଉକ୍ତ ଅଧ୍ୟାପିକାଙ୍କ ଯୋଗୁଁ ତାଙ୍କ ଜୀବନ ବର୍ବାଦ ହୋଇଯାଇଛି । ତେଣୁ ଅଧ୍ୟାପିକାଙ୍କୁ ଉଚିତ ଦଣ୍ଡ ଦେବା ସହ ତାଙ୍କୁ ନାୟ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *