ହୃଦୟ ଭାଙ୍ଗିବାରେ ମାହିର ଥା’ନ୍ତି ଏହି ରାଶିର ବ୍ୟକ୍ତି, ରୁହନ୍ତୁ ତାଙ୍କଠାରୁ ସାବଧାନ

ଭୁବନେଶ୍ୱର : ଭଲ ପାଇବା କେବେ ମଧ୍ୟ ସହଜହୋଇନଥାଏ । ଏପରିକି ବର୍ତ୍ତମାନ ବହୁତ କମ ଲୋକ ଅଛନ୍ତି ଯେଉଁମାନଙ୍କୁ ବାସ୍ତବ ପ୍ରେମ ହୋଇଥାଏ । ବହୁ ସମୟରେ କାହାର ପ୍ରେମ ସଫଳ ହୁଏ ତ କାହାର ବିଫଳ । ତେବେ ଆପଣ ଜାଣିଛନ୍ତି କି, ଏହା ପଛରେ ଲୋକଙ୍କ ରାଶିର ମଧ୍ୟ ସମ୍ବନ୍ଧ ରହିଥାଏ । ଆଜି ଆମେ ଏପରି କିଛି ରାଶି ବିଷୟରେ କହିବାକୁ ଚାହୁଁଛୁ ଯେଉଁ ମାନେ ପ୍ରେମରେ ଧୋକା ହେଇଥା’ନ୍ତି । କହିବାକୁ ଗଲେ ହୃଦୟ ଭାଙ୍ଗିବାରେ ମାହିର ଥା’ନ୍ତି । କିଛି ବ୍ୟକ୍ତିଙ୍କ ସ୍ୱଭାବ ରହିଥାଏ ପ୍ରେମରେ ଧୋକା ଦେବା । ଯେତେବେଳେ ସଂପର୍କରେ ଉଚିତ୍ ପରିସ୍ଥିତି ମିଳିନଥାଏ ସେତେବେଳେ ସେ ସଂପର୍କକୁ ଭାଙ୍ଗିବା ଭଳି ଚରମ ନିଷ୍ପତି ନେଇଥା’ନ୍ତି । ଖାସ କରି ଏହ କିଛି ରାଶିର ବ୍ୟକ୍ତି ଏହି ନିଷ୍ପତ୍ତି ନେଇଥା’ନ୍ତି ।
ମେଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ନିଶା ଯେତେ ଶୀଘ୍ର ବଢ଼ିଥାଏ ସେତେ ଶୀଘ୍ର ତଳକୁ ମଧ୍ୟ ଖସିଥାଏ । ଏମାନେ କାହାକୁ ପ୍ରେମ ନିବେଦନ କରବାକୁ ଭଲ ପାଆନ୍ତି ନାହିଁ । ଯେଉଁ ମୂହୂର୍ତ୍ତରେ ଏହି ରାଶିର ବ୍ୟକ୍ତିଙ୍କୁ ଲାଗିଥାଏ ସାମ୍ନା ଲୋକଙ୍କ ପାଖରେ ଆଉ କିଛି କାମ ବାକି ନାହିଁ ସେମାନେ ସଂପର୍କ ଭାଙ୍ଗିବାକୁ ଗୋଟିଏ ସେକେଣ୍ଡ ମଧ୍ୟ ଭାବନ୍ତି ନାହିଁ ।
ମିଥୁନ ରାଶି : ନିଜର ଦୋମୁହାଁ ବ୍ୟକ୍ତିତ୍ୱ ପାଇଁ ଜଣାଯାଆନ୍ତି ମିଥୁନ ରାଶିର ବ୍ୟକ୍ତି । ଯାହାର ପ୍ରଭାବ ସବୁବେଳେ ତାଙ୍କ ସଂପର୍କ ଊପରେ ପଡିଥାଏ । ଏମାନେ ତାଙ୍କ ସାଥିଙ୍କୁ ଭଲପାଇ ପରବର୍ତ୍ତୀ ସମୟରେ ତାଙ୍କ ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସେମାନଙ୍କୁ ଏହି କଥା ଅନୁଭବ ହୋଇନଥାଏ କି ତାଙ୍କର ଏପରି ବ୍ୟବହାର ଦ୍ୱାରା ସାମ୍ନା ବ୍ୟକ୍ତିଙ୍କୁ କ’ଣ ଅନୁଭୂତ ହୋଇଥାଏ ।
ତୁଳା ରାଶି : ତୁଳା ରାଶିର ବ୍ୟକ୍ତି ସବୁବେଳେ ଏକ ସନ୍ତୁଳିତ ଜୀବନ ଜାପନ କରିଥା’ନ୍ତି । ତାଙ୍କ ଜୀବନରେ କୌଣସି ପ୍ରକାରର ସ୍ଥିତି ରହୁ ତାକୁ ସେ ନିୟନ୍ତ୍ରିତ ରଖିଥା’ନ୍ତି । ଭାବନାର କଥା କହିବାକୁ ଗଲେ ସେ ନିଜର ସ୍ୱାର୍ଥ ପାଇଁ କାହାର ମଧ୍ୟ ହୃଦୟ ଭାଙ୍ଗି ପାରନ୍ତି ।
ଧନୁ ରାଶି : ଏହି ରାଶିର ବ୍ୟକ୍ତି ସବୁବେଳେ ନିଜ କ୍ୟାରିୟରକୁ ସବୁଠାରୁ ଉପରେ ରଖିଥା’ନ୍ତି । ଏପରିକି ନିଜ ଚାକିରି ଏବଂ କ୍ୟାରିୟର ପାଇଁ ସେମାନେ ସାଥିଙ୍କ ହୃଦୟ ମଧ୍ୟ ଭାଙ୍ଗିପାରିଥା’ନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *