କଥା ଦେଇ କଥା ରଖିଲେ ପ୍ରେମିକ : ଆଇସିୟୁରେ ପ୍ରେମିକାଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ପ୍ରେମ, ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର । ପ୍ରେମ ହେଉଛି ଚିରନ୍ତନ ସତ୍ୟ । ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି । ବ୍ରିଟେନ୍‌ର ଜଣେ ପ୍ରେମିକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା । କାରଣ ପ୍ରେମିକ ଜଣକ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହାକୁ ରକ୍ଷା କରିଛନ୍ତି । ବ୍ରିଟେନର ଜଣେ ୩୪ ବର୍ଷିୟ ଯୁବକ ଗର୍ଗ ପିଟର୍ସ ଓ ୨୮ ବର୍ଷୀୟ ଏନା ଲେଗରଙ୍କ ସହ ଯେଉଁ ଦୁର୍ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ, ପ୍ରେମିକା ଏନା ଲେଗରଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ସହ ତାଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ବୋଲି ଡାକ୍ତର କହିଥିଲେ । ଆଉ ଏହା ଶୁଣିବା ପରେ ଯେମିତି ପ୍ରେମିକ ଗର୍ଗଙ୍କ ପାଦତଳୁ ମାଟି ଖସିପଡ଼ିଥିଲା ।

ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହା କେମିତି ସେ ପୂରଣ କରିବେ ତାହା ତାଙ୍କ କାନ ପାଖରେ ଯେମିତି ଖାଲି ଗୁଞ୍ଜରିତ ହୋଇଥିଲା । କେମିତି ନିଜର କଥାକୁ ପୂରଣ କରିବେ ସେ ଚିନ୍ତାରେ ରହିଥିଲେ ପ୍ରେମିକ ଜଣକ । ପରେ ଡାକ୍ତରଙ୍କୁ ସେ ଅନୁରୋଧ କରିଥିଲେ କି, କୌଣସି ପ୍ରକାରରେ ପ୍ରେମିକାଙ୍କୁ ସେ ବଞ୍ଚିଥିବା ଅବସ୍ଥାରେ ବିବାହ କରିବେ । କିନ୍ତୁ ଡାକ୍ତର କହିଥିଲେ ବୋଧହୁଏ ଏହା ଆଉ ସମ୍ଭବ ନୁହେଁ । କିନ୍ତୁ ପରେ ଡାକ୍ତର ରାଜି ହୋଇଥିଲେ । ଆଉ ଆଇସିୟୁ ଭିତରେ ଥାଇ ମଧ୍ୟ ଗର୍ଗ ପିଟର୍ସ ଓ ଏନା ଲେଗରଙ୍କର ବିବାହ ହୋଇଥିଲା । ଏବେ ଏହି ଦୁଇ ଜଣଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ, ଅଫିସକୁ ଯିବା ବେଳେ ଏନା ଲେଗରଙ୍କ କାର ଅନ୍ୟ ଏକ ଗାଡି ସହ ଧକ୍କା ଖାଇଥିଲା । ଦୁର୍ଘଟଣାରେ ଏନା ଗୁରୁତର ଆହତ ହୋଇଥିଲେ । ଆଉ ପରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇସିୟୁ ଭିତରେ ରହି ମଧ୍ୟ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଏହାସହ ଏନାଙ୍କ ଶରୀରର ଅନେକ ଅଙ୍ଗକୁ ସେହି ମେଡ଼ିକାଲରେ ଦାନ କରାଯାଇଛି, ଯାହା କି ଅନ୍ୟର ପ୍ରାଣ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ଗର୍ଗ କହିଛନ୍ତି । ସେ ଯାହା ବି ହେଉ ଏହି ପ୍ରେମ କାହାଣୀ ସବୁଦିନ ପାଇଁ ନିଶ୍ଚିୟ ଏକ ଉଦାହରଣ ହୋଇ ରହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *