ପ୍ରେମିକାର ଘର ଲୋକ ପ୍ରେମିକ ସାଥିରେ କ’ଣ କଲେ ଜାଣିଲେ ହୋସ୍ ଉଡ଼ିବ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବରେଲିରେ ଅତି ଜଘନ୍ୟ କାଣ୍ଡ ଘଟିଛି । ପ୍ରେମ ପାଇଁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଖାଲି ହତ୍ୟା ନୁହେଁ, ହତ୍ୟା ପୂର୍ବରୁ ତାଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଛି ଏବଂ ତାଙ୍କ ମୁହଁରେ ଏସିଡ୍ ପକାଇ ଜାଳି ଦିଆଯାଇଛି । ମୋରାଦାବାଦର ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ସୁଧୀର ସାଇନି ବରେଲିରେ ଏକ ଇଞ୍ଜିନିୟରିଂ କଲେଜ୍‌ରେ ପଢ଼ନ୍ତି । ପ୍ରେମ ତାଙ୍କ ପାଇଁ କାଳ ହେଲା । ପ୍ରେମିକାର ପରିବାର ସଦସ୍ୟ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସାଇନି ଘରୁ କଲେଜ୍ ବାହାରିଥିଲେ । କିନ୍ତୁ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବାପରେ ମଧ୍ୟ ପାଇନଥିଲେ । ସାଇନିଙ୍କ ମର ଶରୀର ମୋରାଦାବାଦର ମୁଣ୍ଢା ପାଣ୍ଡେ ଅଞ୍ଚଳର ଏକ ପଡ଼ିଆରୁ ମିଳିଥିଲା । ସାଇନିଙ୍କ ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ତାଙ୍କୁ ଚିହ୍ନି ହୋଇନଥିଲା । ତେବେ ତାଙ୍କ ମର ଶରୀର ନିକଟରୁ ତାଙ୍କ ଇଞ୍ଜିନିୟରିଂ କଲେଜର କାର୍ଡ ମିଳିଥିଲା । ଏହାଦ୍ୱାରା ପୋଲିସ ତାଙ୍କୁ ଚିହ୍ନଟ କରିଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲା । ସାଇନିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ସେ ଯାହାକୁ ଭଲପାଉଥିଲେ ତାଙ୍କ ପରିବାର ସଦସ୍ୟ ହିଁ ତାଙ୍କୁ ହତ୍ୟା କରିଛନ୍ତି । ସାଇନିଙ୍କ ପ୍ରେମିକାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାବତ ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି । ଅଭିଯୁକ୍ତମାନେ ସାଇନିଙ୍କୁ ହତ୍ୟା କରିବାପରେ ସମସ୍ତ ପ୍ରମାଣ ନଷ୍ଟ କରିଦେଇଛନ୍ତି । ଏନେଇ ମଧ୍ୟ ମାମଲା ରୁଜୁ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *