ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍ଡାଉନ୍

କୋଲକାତା: କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଅନେକ କଟକଣା ଲଗାଉଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ କରୋନା ଲକଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଲକଡାଉନରେ କିଛିଟା କୋହଳ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ଟିକାକରଣ ଜରୁରୀ । 

ସେହିପରି ୫୦ ପ୍ରତିଶତ କ୍ଷମତା ସହିତ ଜିମ୍ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ବେସରକାରୀ ଏବଂ କର୍ପୋରେଟ୍ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କାର୍ଯ୍ୟ କ୍ଷମତା ସହିତ ସକାଳ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇପାରିବ । ସମସ୍ତ ବ୍ୟାଙ୍କ ସକାଳ ୧୦ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ୫୦ ପ୍ରତିଶତ ଯାତ୍ରୀଙ୍କ ସହ ଘରୋଇ ଓ ସରକାରୀ ବସ୍ ଚାଲିବ । ତେବେ ପଶ୍ଚିମବଙ୍ଗରେ ରବିବାର ଦିନ ୧୮୩୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି କ୍ରମରେ ରାଜ୍ୟରେ କରୋନାର ମୋଟ୍ ସଂକ୍ରମଣ ସଂଖ୍ୟା ୧୪,୯୪,୯୪୯କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୭,୬୧୨ରେ ପହଞ୍ଚିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *