ପେଟ୍ରୋଲ ନୁହେଁ ମଦ ଉପରୁ ଟିକସ କମାଇବେ ମମତା ସରକାର

କୋଲକାତା : ମଦ ଆବଶ୍ୟକ ନା ପେଟ୍ରୋଲ-ଡିଜେଲ | ମଦ ମୂଲ୍ୟ କମାଇବା ଉଚିତ ନା ପେଟ୍ରୋଲର ମୂଲ୍ୟ କମାଇବା ଉଚିତ | ଆପଣ ପଚାରିବେ ମଦ ସହିତ ପେଟ୍ରୋଲର ସମ୍ପର୍କ କ’ଣ ? ବାସ୍ତବ କଥା ହେଉଛି ଯେ ପଶ୍ଚିମବଙ୍ଗରେ ଆସନ୍ତା ସପ୍ତାହରୁ ମଦର ମୂଲ୍ୟ କମିବାକୁ ଯାଉଛି | ମଦର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ କମିବ ବୋଲି ଜଣାପଡିଛି | ମଦ ଉପରେ ଥିବା ଟିକସକୁ ରାଜ୍ୟ ସରକାର କମାଇଥିବାରୁ ଆସନ୍ତା ୧୬ ତାରିଖରୁ ପଶ୍ଚିମବଙ୍ଗରେ ମଦ ମୂଲ୍ୟ କମିବାକୁ ଯାଉଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗରେ ବିଦେଶୀ ମଦର ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ କମିବାକୁ ଯାଉଛି | ରାଜ୍ୟ ଅବକାରୀ ବିଭାଗର ନୂଆ ଟିକସ ନିୟମ ଅନୁଯାୟୀ ମଦ ମୂଲ୍ୟ କମିବାକୁ ଯାଉଛି | ରାଜ୍ୟ ଅବକାରୀ ବିଭାଗ ଏବଂ ମଦ ବିକ୍ରେତା ସଂଘ ସହିତ ଅନେକ ପର୍ଯ୍ୟାୟ ବୈଠକ କରିବା ପରେ ଏନେଇ ସହମତି ପ୍ରକାଶ ପାଇଛି |

ବାସ୍ତବରେ, ଏପ୍ରିଲ୍ ୨୦୨୦ରେ ପଶ୍ଚିମବଙ୍ଗରେ ମଦ ମୂଲ୍ୟ ବୃଦ୍ଧି କରାଯାଇଥିଲା, ଏହା ପରେ ସାରା ରାଜ୍ୟରେ ମଦ ବିକ୍ରି ଏବଂ ବ୍ୟବହାର ହ୍ରାସ ପାଇଥିଲା । ଏହି କାରଣରୁ ରାଜ୍ୟ ସରକାର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ଦୁଇମାସ ଧରି ରାଜ୍ୟ ଅବକାରୀ ବିଭାଗର ପ୍ରତିନିଧିମାନେ ମଦ ଉତ୍ପାଦନକାରୀଙ୍କ ସହ କ୍ରମାଗତ ଭାବରେ ବୈଠକ କରୁଥିଲେ। ସୂଚନାନୁସାରେ, ଅବକାରୀ ବିଭାଗ ବିଦେଶୀ ମଦର ଏକ୍ସାଇଜ୍ ଡ୍ୟୁଟିରେ ପରିବର୍ତ୍ତନ ଏବଂ ବିୟରର ଏକ୍ସାଇଜ୍ ମୂଲ୍ୟ (ଆଇବିପି) ବଦଳିବ ବୋଲି ଘୋଷଣା କରିଛି । ଏହା ଦ୍ୱାରା ମଦ ବିକ୍ରୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି | ମଦ ବିକ୍ରି ବଢିବା ଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ | ଉଲ୍ଲେଖ ଥାଉ କି ମଦରେ ଟିକସ ହ୍ରାସ କରିଥିଲେ ବି ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରିବାକୁ ମମତା ସରକାର ରାଜି ନାହାନ୍ତି | କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଭାଟ ହ୍ରାସ କରିଥିଲେ ବି ପଶ୍ଚିମବଙ୍ଗରେ ମମତା ସରକାର ଭାଟ ହ୍ରାସ କରିନାହାନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *