ଭିଡ଼ ହେଲେ ବନ୍ଦ ହେବ ଦୀପଦାନ !

ଭୁବନେଶ୍ୱର : ମହାଶିବରାତ୍ରି ପାଇଁ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ଦୀପ ଲଗାଇବାକୁ ଅନୁମତି ରହିଛି । ଭିଡ଼ ହେଲେ କାର୍ଯ୍ୟାନୁଷ୍ଠାନ ହେବା ସହ ଦୀପଦାନ ବି ବନ୍ଦ ହୋଇପାରେ । ଏକାମ୍ର କ୍ଷେତ୍ରରେ ଦୀପଦାନ ନେଇ ଅତିରିକ୍ତ ବିଏମ୍‌ସି କମିଶନର ଅବନୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ମହାଦୀପ ଉଠିବ । ଜାଗର ଯାତ୍ରାକୁ ସୁଚାରୁରୂପେ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୫ ଅତିରିକ୍ତ ଡିସିପି । ମହାଶିବରାତ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *