ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍ ମଥାନୀରୁ ପାନ ମାଝୀ ଏବଂ ପାଉଁଶକୁଲିରୁ ସାବିତ୍ରୀ କିସ୍କୁ । ଜଳେଶ୍ୱର ବ୍ଲକ୍ ବରଢିଆ, ବସ୍ତା ବ୍ଲକର ପାଉଁଶକୁଲି ଓ ମଥାନୀଠାରେ ବଜ୍ରାଘାତ ଘଟିବାବେଳେ ସମସ୍ତ ମହିଳା ବିଲରୁ କାମ ସାରି ଫେରୁଥିଲେ ବୋଲି ଜଣାପଡ଼ିଛି । ସେହିପରି ବଜ୍ରାଘାତରେ ଗୁରୁତର ଆହତମାନଙ୍କୁ ଜଳେଶ୍ୱର ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *