ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି । ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସମ କୋଭିଡ୍ ହସ୍ପିଟାଲର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ଆଜି ଦିନ ଗୋଟାଏରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଗତକାଲି  କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିଲା । ପୂର୍ବରୁ ମେ ୯ ତାରିଖରେ କରୋନାରେ ପ୍ରାଣ ହରାଇଥିଲେ ବାପା ରଘୁନାଥ ମହାପାତ୍ର । ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମିତ ବାପାଙ୍କ ସହ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *