ଲସକର-ଇ-ତଏବାର କମାଣ୍ଡର ନଦୀମ ଅବରାର ଗିରଫ

ଶ୍ରୀନଗର: ଲସକର-ଇ-ତଏବାର ତୁଙ୍ଗ କମାଣ୍ଡର ନଦୀମ ଅବରାର କାଶ୍ମୀରରୁ ଗିରଫ ହୋଇଛି। ଜାମ୍ମୁ ଏୟାରବେସରେ ହମଲା ପରେ ଏହି ଗିରଫଦାରୀ ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଭାରତର ବିଭିନ୍ନ ନିରାପତ୍ତା ପ୍ରତିଷ୍ଠାନ ଉପରେ ଆକ୍ରମଣ ସହ ବିଭିନ୍ନ ହମଲାରେ ସାମିଲ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କାଶ୍ମୀର ଜୋନ ଆଇଜିପି ବିଜୟ କୁମାର। ଜାମ୍ମୁ ବିସ୍ଫୋରଣ ପଛରେ କାହାର ହାତ ସେନେଇ ତନାଘନା ଚାଲିଥିବା ବେଳେ ପରିମପୋରସ୍ଥିତ ଏକ ଚେକପଏଣ୍ଟରେ ନଦୀମ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଏକ ପିସ୍ତଲ ଓ ଗ୍ରେନେଡ ଜବତ ହୋଇଛି। କିଛି ମାସ ତଳେ କାଶ୍ମୀର ଲୟପୋରାରେର ସିଆରପିଏଫର ୩ ଯବାନଙ୍କ ମୃତ୍ୟୁ ଘଟଣାରେ ନଦୀମ ସାମିଲ ଥିଲା ବୋଲି ପୋଲିସ କହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *