କୁମ୍ଭମେଳା ସମାପନ ନେଇ ଜୁନା ଆଖଡାର ଘୋଷଣା

ହରିଦ୍ୱାର : ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ରଖିଲେ କୁମ୍ଭମେଳାରେ ସାମିଲ ହୋଇଥିବା ସାଧୁ । କୁମ୍ଭମେଳା ସମାପନ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲେ ଆଚାର୍ଯ୍ୟ ଅବଧେଶନନ୍ଦ ଗିରି । କୁମ୍ଭମେଳା ସମାପ୍ତ ନେଇ ଜୁନା ଆଖଡାର ଘୋଷଣା । ଏବେ କେବମଳ ପ୍ରତୀକାତ୍ମକ ଭାବେ କୁମ୍ଭମେଳା ହେବ । ସୂଚନା ଅନୁସାରେ ଦେଶରେ ବଢୁଥିବା କରୋନା ସଂକ୍ରମଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବରେ ଲାଗିଛି ।

ଏନେଇ ପ୍ରଧାନମନ୍ତ୍ରୀ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳା ପ୍ରସଙ୍ଗରେ ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭାର ସଭାପତି ଆଚାର୍ଯ୍ୟ ମହାମଣ୍ଡେଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ଏଥିସହ ସନ୍ଥ ମାନଙ୍କୁ କୁମ୍ଭମେଳା ଶେଷ କରିବା ପାଇଁ ମଧ୍ୟ ଅପିଲ୍ କରିଥିଲେ । ଏହାସହ ଶନିବାର ସକାଳେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି ‘ମୁଁ ପ୍ରାର୍ଥନା କରୁଛି ଏବେ ଯାଏ କୁମ୍ଭମେଳାରେ ୨ଟି ସାହି ସ୍ନାନ ହୋଇ ସାରିଛି, ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରାଯାଉ । ଏହାଫଳରେ କରୋନା ବିରୋଧରେ ଲଢାଇ କରିବା ପାଇଁ ବଳ ମିଳିବ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଛନ୍ତି ଆଚାର୍ଯ୍ୟ ମହାମଣ୍ଡେଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି । ସେ କହିଛନ୍ତି ଯେ ,ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଆମେ ସ୍ୱାଗତ ଜଣାଉଛୁ । ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେ ସାହି ସ୍ନାନ କରିବା ପାଇଁ କୁମ୍ଭରେ ଭିଡ ନ ଜମାଇବା ପାଇଁ ଅପିଲ୍ କରିଛନ୍ତି । କରୋନା ସଂକ୍ରମଣକୁ ଦେଖି ଲୋକମାନେ ଅଧିକ ସଂଖ୍ୟାରେ ମେଳାକୁ ନ ଆସିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *