ଦେବସ୍ନାନ ପୂର୍ଣ୍ଣିମାରେ ଚାଲିଗଲେ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ଗବେଷକ ଓ ସମାଜସେବୀ କୃଷ୍ଣ ଚନ୍ଦ୍ର। ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତିI ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କରିଥିଲେ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣା। ଚର୍ଚ୍ଚିତ ହୋଇଛି ତାଙ୍କର ଅନେକ ଗବେଷଣାତ୍ମକ ପୁସ୍ତକ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ମିଳିଵା ସହ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଘର ହେଉଛି ପୁରୁଣା ଭୁବନେଶ୍ୱର ଖରାଖିଆ ବୈଦ୍ୟନାଥ ଅଞ୍ଚଳରେ। ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରର କାଲିଗଡ଼ିଆ ଶ୍ମଶାନରେ ଶେଷକୃତ୍ୟ ସମାପ୍ତ ହୋଇଛି। ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକା ଧାରାରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ। ତାଙ୍କର ରଚିତ ହୋଇଥିବା ପୁସ୍ତକ ଗୁଡ଼ିକ ହେଉଛି ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି – ସନାତନ ଧର୍ମ, ଭାବାନ୍ତର, ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସ୍ୱପ୍ନ, ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀକ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ। ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା। ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ କୃଷ୍ଣଚନ୍ଦ୍ର। ସେ ଧର୍ମ ସମ୍ବନ୍ଧିତ ଅନେକ ପୁସ୍ତକ ରଚନା କରିଥିଲେ। ତାଙ୍କର ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇ ଥିବାବେଳେ ସେ ତାଙ୍କ ପରିବାର ସହ ରହୁଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *