ନର୍ସଙ୍କୁ ବ୍ଲାକ୍‌ମେଲ୍ କରି ଫଶିଲେ ପୂର୍ବତନ ପ୍ରେମିକ

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ନର୍ସଙ୍କ ଫଟୋ ଭାଇରାଲ କରିବା ସହ ବ୍ଲାକମେଲ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ସୁନିଲ ସେନାପତି ଓରଫ ହାପି (୨୫) । ହାପି ଏହି ନର୍ସଙ୍କ ପୂର୍ବତନ ପୁରୁଷ ବନ୍ଧୁ ଥିଲେ ବୋଲି ମଧ୍ୟ ସୂଚନା ମିଳିଛି । କୋରାପୁଟ ଟାଉନ ଥାନା ପୋଲିସ ଅଭିଯୁକ୍ତ ହାପିକୁ ଗିରଫ କରିବା ସହ ତା ଠାରୁ ୨ଟି ସ୍ମାର୍ଟଫୋନ, ଗୋଟିଏ କିପ୍ୟାଡ ଫୋନ ସହ ୧୪ଟି ସିମ୍ ଜବତ କରିଥିବା କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ଏସଡିପିଓ ଶ୍ରୀ ପୁଜାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଏହି ନର୍ସଙ୍କ ଜଣେ ଯୁବକ ସହିତ ବନ୍ଧୁତା ଥିଲା । ବନ୍ଧୁତା ସମୟରେ ଯୁବକ ଜଣକ କୌଶଳ କ୍ରମେ ତାଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ପାସୱାର୍ଡ ନେଇ ଯାଇଥିଲେ ।

ପରେ ନର୍ସଙ୍କ ଇମେଲ ଆଇଡିକୁ ଅପବ୍ୟବହାର କରି ବିଭିନ୍ନ ଲୋକଙ୍କୁ ବିଶେଷ କରି ନର୍ସଙ୍କ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କୁ ନର୍ସଙ୍କ ନାଁରେ ବିଭିନ୍ନ ଅଶ୍ଳୀଳ ମେସେଜ ପଠାଇ ଆସୁଥିଲେ । ଏପିରିକି ନର୍ସଙ୍କ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଧମକ ଦେଇ ଆସୁଥିଲେ । ନିଜ ପାଖରେ ଥିବା ଅଶ୍ଳୀଳ ଫଟୋ ଭାଇରାଲ କରି ଦେବି କହି ହାପି ଫୋନ ଓ ମେସେଜ ମାଧ୍ୟମରେ ନର୍ସଙ୍କ ଧମକ ଦେଉଥିଲେ । ଏନେଇ ନର୍ସ ଜଣକ ଚଳିତ ମାସ ୮ ତାରିଖ ଦିନ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତି କରି କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍ ଗତ ୧୭ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ଯାଇ ଏରସମା ଥାନା ପୋଲିସ ସହାୟତାରେ ଅଭିଯୁକ୍ତ ହାପିକୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ, ହାପି ଏରସମା ଥାନା ଅଞ୍ଚଳର ମୋବାଇଲ ଓ ସିମ୍ କାର୍ଡ ବ୍ୟବସାୟ କରି ଆସୁଥିଲେ । ଏହି ସମୟରେ ଯୁବତୀ ଜଣଙ୍କ ହାପି ସହିତ କାମ କରି ଆସୁଥିବା ବେଳେ ବନ୍ଧୁତା ହୋଇଥିଲା । ତେବେ ଯୁବତୀ ଜଣଙ୍କ ଗତ ୪ମାସ ତଳେ କୋରାପୁଟ ଜିଲ୍ଲାରେ ନର୍ସ ଭାବେ ନିଯୁକ୍ତି ପାଇବା ପରେ ଏହାକୁ ସହ୍ୟ କରି ପାରି ନଥିଲେ ହାପି । ପରେ ନର୍ସଙ୍କୁ ଅଶ୍ଳୀଳ ମେସେଜ ଦେବା ସହତି ତାଙ୍କ ସାଙ୍ଗଙ୍କ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ମୋବାଇଲରେ ମେସେଜ କରିଥିଲେ । ଏହି ସମସ୍ତ ଘଟଣାକୁ ନେଇ ହାପି ବ୍ୟବହାର କରୁଥିବା ୩ଟି ମୋବାଇଲକୁ ପୋଲିସ ଜବତ କରିଛି । ଏଥିସହ ଅଭିଯୁକ୍ତ ଠାରୁ ପୋଲିସ, ୧୪ ଟି ସିମ୍ ଜବତ କରିଥିବା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *