କୋଟିଆରେ ପୁର୍ନବାର ଲେଖାହେଲା ଓଡିଆରେ ନାମଫଳକ

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଗୁଲାବ ପାଇଁ କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସା , ତାଡିବାଲସା ଓ ଅନ୍ୟ ଗ୍ରାମରେ ଲାଗିଥିବା ଓଡିଆ ନାମଫଳକକୁ ଅସାମାଜିକ ବ୍ୟକ୍ତିମାନେ ଲିଭାଇ ଦେଇଥିଲେ । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶକ୍ରମେ ଓ ପଟ୍ଟାଙ୍ଗୀର ଭାରପ୍ରାପ୍ତ ବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସ ରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକର ଅଧିକାରୀମାନଙ୍କ ସହାୟତାରେ ଲିଭାଯାଇଥିବା ଓଡିଆ ନାମଫଳକ ଲେଖାଯାଇଥିବା ଜଣାପଡିଛି । କୋଟିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ନବ କିଶୋର ହନ୍ତାଲ , କନିଷ୍ଠ ଯନ୍ତ୍ରୀ ଅଜୟ ତରାଇ , ଏପିଓ ସୌମେନ୍ଦ୍ର ନାୟକ ପ୍ରମୁଖ ନେରେଡିବାଲସା , ତାଡିବାଲସା ଓ ଉପରସେମ୍ବି ଗ୍ରାମକୁ ଯାଇ ଓଡିଆ ନାମଫଳକ ଲେଖିବାରେ ସହାୟତା କରିଥିବା ଜଣାପଡିଛି । ଯେଉଁମାନେ ଓଡିଆ ନାମଫଳକୁ ଲିଭାଇଥିଲେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *