ମାଳି ପର୍ବତରୁ ଖଣି ଖନନ ପରିବେଶ ଜନ ଶୁଣାଣୀ ଶିବିର ପାଲଟିଲା ରଣକ୍ଷେତ୍ର

କୋରାପୁଟ : ସେମିଲିଗୁଡା ବ୍ଲକ୍ ମାଳି ପର୍ବତରୁ ଖଣି ଖନନ ନିମନ୍ତେ କଙ୍କଡାଆମ୍ବ ଗ୍ରାମରେ ଅନୁଷ୍ଠିତ ପରିବେଶ ଜନ ଶୁଣାଣୀ ବୁଧବାର ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଭାବୀତ ସେମିଲିଗୁଡା ବ୍ଲକର କଙ୍କଡାଆମ୍ବ, ଖୁଡି, ଷୋରିସପଦର ଏବଂ ଦଳେଇଗୁଡା ପଞ୍ଚାୟତର ୧୮ଟି ଗ୍ରାମର ଲୋକେ ସମର୍ଥନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ,କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁର, ପରିବେଶ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରଶାନ୍ତ କୁମାର କର ପ୍ରମୁଖ ଉପସ୍ଥିତ ରହି ବୈଠକ ସମାପନ କରିଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ ସପକ୍ଷବାଦୀ ପରିବେଶ ମଞ୍ଜୁରୀ ପାଇଁ ଦାବି କରି ଏଠାରୁ ଖଣିଜ ପଦାର୍ଥ ଉତୋଳନ କରାଗଲେ ସେମାନେ ଲାଭବାନ୍ ହେବେ,ପ୍ରଭାବୀତ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିବ ଫଳରେ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେନି, ତେଣୁ ମାଳି ପର୍ବତରୁ ଖଣି ଖନନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଥିଲେ ।

ଖଣି ଖନନ ଦ୍ୱାରା ପ୍ରଭାବୀତ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱୀତ ହୋଇ ପାରିବ ତେଣୁ ଖଣି ଖନନ କାର୍ଯ୍ୟ ତ୍ୱରନ୍ତ ଆରମ୍ଭ କରା ଯାଉ ବୋଲି ପ୍ରଭାବୀତ ଗ୍ରାମବାସୀ ଦାବି କରିଥିଲେ । ବହୁ ବର୍ଷରୁ ହିଣ୍ଡାଲକୋ କମ୍ପାନୀ ଏଠାରୁ ଖଣିଜ ପଦାର୍ଥ ନେଉଥିଲା,ଫଳରେ ସ୍ଥାନୀୟ ଶିକ୍ଷିତ ଯୁବକମାନେ ଭଲ ରୋଜଗାର କରୁଥିଲେ କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ତାହା ବନ୍ଦ ହୋଇଛି । ସ୍ଥାନୀୟ ଆଦିବାସୀ ନିରୀହ ଜନତାଙ୍କୁ ଭୁଲ ରାସ୍ତାରେ ପରିଚାଳିତ କରି ପ୍ରଭାବୀତ ଗ୍ରାମ ବାହାରର କେତେକ ଲୋକ ଖଣି ଖନନ ବନ୍ଦ କରିବାକୁ ସ୍ଥାନୀୟ ଅଧିବାସୀଙ୍କୁ ଉସୁକାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଶୁଣାଣୀ ଚାଲିଥିବାବେଳେ ବୈଠକ ସ୍ଥାନରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମାନଙ୍କ ମଧ୍ୟରେ ହାତାହାତି ହୋଇ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା । ବିପକ୍ଷବାଦୀ ଗ୍ରାମବାସୀ ଓ ମାଳି ପର୍ବତ ସୁରକ୍ଷା ସମିତି ସଦସ୍ୟ ହାତରେ ଠେଙ୍ଗା ଓ ପାରମ୍ପରିକ ମାରଣାସ୍ତ୍ର ଧରି ବୈଠକରେ ପଶି ଚେଆର୍ ସବୁ ଭଙ୍ଗାରୁଜା କରିବା ସହ ସପକ୍ଷବାଦୀ ମାନଙ୍କ ସହ ଗଣ୍ଡଗୋଳ କରିଥିଲେ । ଉପସ୍ଥିତ ପୋଲିସ ପରିସ୍ଥିତିକୁ ସମ୍ଭାଳି ନେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *