ମାଳି ପର୍ବତରୁ ଖଣି ଖନନକୁ ପ୍ରଭାବିତଙ୍କ ସମର୍ଥନ

କୋରାପୁଟ : ମାଳି ପର୍ବତରୁ ଖଣି ଖନନକୁ ସମର୍ଥନ କରି ପ୍ରଭାବିତ ୧୮ ଗୋଟି ଗ୍ରାମର ଲୋକେ ଶନିବାର ଭିତରକୋଟ୍ଟା ଗ୍ରାମରୁ ଆଲିଗାଁ ଯାଏ ବିରାଟ ଶୋଭାଯାତ୍ରା କରିଛନ୍ତି । ମାତ୍ର ହାତ ଗଣତି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାଳି ପର୍ବତରୁ ଖଣି ଖନନକୁ ବିରୋଧ କରୁଥିବା ପ୍ରଭାବିତ ଗ୍ରାମବାସୀ ଅଭିଯୋଗ କରି ଆସନ୍ତା ୨୨ରେ ହେବାକୁ ଥିବା ପରିବେଶ ଜନ ଶୁଣାଣି କାର୍ଯ୍ୟକ୍ରମ ସଫଳ କରିବାକୁ ପ୍ରଶାସନକୁ ନିବେଦନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରୁ ଖଣିଜ ପଦାର୍ଥ ଉତୋଳନ କରାଗଲେ ସେମାନେ ଲାଭବାନ୍ ହେବେ, ପ୍ରଭାବିତ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ମିଳିବ ଫଳରେ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେନି । ତେଣୁ ମାଳି ପର୍ବତରୁ ଖଣି ଖନନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଖଣି ଖନନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ତେଣୁ ଖଣି ଖନନ କାର୍ଯ୍ୟ ତ୍ୱରନ୍ତ ଆରମ୍ଭ କରାଯାଉ ବୋଲି ପ୍ରଭାବିତ ଗ୍ରାମବାସୀ ଦାବି କରିଛନ୍ତି । ବହୁ ବର୍ଷରୁ ହିଣ୍ଡାଲ୍‌କୋ କମ୍ପାନୀ ଏଠାରୁ ଖଣିଜ ପଦାର୍ଥ ନେଉଥିଲା, ଫଳରେ ସ୍ଥାନୀୟ ଶିକ୍ଷିତ ଯୁବକମାନେ ଭଲ ରୋଜଗାର କରୁଥିଲେ କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ତାହା ବନ୍ଦ ହୋଇଛି । ସ୍ଥାନୀୟ ଆଦିବାସୀ ନିରୀହ ଜନତାଙ୍କୁ ଭୁଲ୍ ରାସ୍ତାରେ ପରିଚାଳିତ କରି କେତେକ ଲୋକ ଖଣି ଖନନ ବନ୍ଦ କରିବାକୁ ସ୍ଥାନୀୟ ଅଧିବାସୀଙ୍କୁ ଉସୁକାଉଥିବା ଲୋକେ ଅଭିଯୋଗ କରିଛନ୍ତି । ମାଳି ପର୍ବତରୁ ଖଣି ଖନନ ପାଇଁ ଆସନ୍ତା ୨୨ରେ ହେବାକୁ ଥିବା ପରିବେଶ ମଞ୍ଜୁରୀ ଜନ ଶୁଣାଣି ବୈଠକକୁ ସଫଳ କରିବାକୁ ପ୍ରଭାବିତ କଙ୍କଡାଆମ୍ବ, ଖୁଡି, ସୋରିଷପଦର ଓ ଦଳେଇଗୁଡା ପଞ୍ଚାୟତର ୧୮ଟି ଗ୍ରାମର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ବେଳେ ଦାବିପତ୍ର କୋରାପୁଟ ଏସ୍‌ପି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡା, କୋରାପୁଟ ଉପ-ଜିଲ୍ଲାପାଳ, ସୁନାବେଡା ଏସଡିପିଓ ଏବଂ ସେମିଲିଗୁଡା ଥାନା ଅଧିକାରୀଙ୍କୁ ପ୍ରଦାନ କରା ଯାଇଥିବା ଜଣାପଡିଛି । ପରିବେଶ ଜନ ଶୁଣାଣିକୁ ବିରୋଧ କରୁଥିବା ଲୋକଙ୍କ ବିପକ୍ଷରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଭାବିତ ଗ୍ରାମର ରବି ସଦପେଲି, ରାଜେଶ କୁଲଦୀପ, ଭଗବାନ ନୟକ, ବିଜୟ କୁମାର, କୁସନିଲ୍ କୁଲଦୀପ ଓ ରବି କୁଲଦୀପ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *