ଆରୟନଙ୍କୁ ଫସାଇ ଶାହରୁଖଙ୍କ ଠାରୁ ୨୫କୋଟି ହଡ଼ପ କରିବାକୁ ଚକ୍ରାନ୍ତ କରିଥିଲା କିରଣ, ଯୋଜନା ପଣ୍ଡ କଲା ଏନସିବି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ ପାର୍ଟିରୁ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ ମିଳିସାରିଛି । ହେଲେ ଏହି ମାମଲା ସହ ଜଡ଼ିତ ନୂଆ ନୂଆ ତଥ୍ୟ ଏବେ ବି ଆସିବା ବନ୍ଦ ହୋଇନାହିଁ । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁଖ୍ୟ ସୀମର ୱାଙ୍ଖେଡେ କିରଣ ଗୋସାବୀ ସହ ମିଶି ଆରୟନଙ୍କୁ ଛାଡ଼ିବା ପାଇଁ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଆରୟନଙ୍କୁ ଫସାଇବା ପାଇଁ କିରଣ ନିଜ ସାଥୀମାନଙ୍କ ସହ ଷଡ଼ଯନ୍ତ୍ର ରଚିଥିଲା ବୋଲି ଏବେ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ସୁନୀଲ ପାଟିଲ, କିରଣ ଗୋସାବୀ ଏବଂ ମନୀଷ ଭାନୁଶାଲୀ ମିଶି ଆରୟନ ଏବଂ ତାଙ୍କ ସାଙ୍ଗମାନଙ୍କୁ ଫସାଇବାକୁ ଯୋଜନା କରିଥିଲେ । କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଏନସିବିକୁ ଖବର ଦେବା ଏବଂ ଏନସିବି ସେମାନଙ୍କୁ ଅଟକ ରଖିବା ପରେ ନିଜକୁ ଏନସିବି ଅଫିସର ବୋଲି କହି ଆରୟନଙ୍କୁ ଛାଡ଼ିବା ପାଇଁ ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିବାର ଯୋଜନା କରିଥିଲେ ସୁନୀଲ କିରଣ ଗୋସାବୀ ଏବଂ ମନୀଷ ।

ଏଭଳି ନ ହେଲେ ୩ଜଣ ନିଜର ଦ୍ୱିତୀୟ ଯୋଜନା ମୁତାବକ, ଏନସିବିରୁ ଆରୟନଙ୍କୁ ଛଡ଼ାଇବା ପାଇଁ ସିଧା ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିବେ ବୋଲି ଯୋଜନା କରିଥିଲେ । ହେଲେ ଏନସିବି ସେମାନଙ୍କ ଯୋଜନାକୁ ଅସଫଳ କରିଦେଇଥିଲା । ଏନସିବି ଆରୟନ ଏବଂ ତାଙ୍କ ବନ୍ଧୁମାନଙ୍କୁ ସିଧାସଳଖ ଭାବେ ଗିରଫ କରିବାରୁ ନିଜ ଯୋଜନାରେ ସଫଳ ହୋଇପାରି ନଥିଲେ ସେ ତିନି ଜଣ । ଯୋଜନା ଅନୁଯାୟୀ, କିରଣ ଗୋସାବୀ ଆରୟନଙ୍କ ମ୍ୟାନେଜର ପୂଜା ଡଲାନୀଙ୍କ ସହ ୧୮କୋଟି ଟଙ୍କାର ଚୁକ୍ତି କରିଥିଲେ । ଆରୟନ ଖାନଙ୍କୁ ଚଢ଼ଉ ସମୟରେ ଖସାଇଦେବାକୁ କହି ସେ ୫୦ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ହେଲେ ଆରୟନଙ୍କ ସହ କିରଣଙ୍କ ସେଲଫି ସବୁ କିଛି ବିଗାଡି ଦେଇଥିଲା । ଏ ନେଇ ଅନେକ ପ୍ରଶ୍ନ ଉଠିବା ପରେ ସେ ୫୦ଲକ୍ଷ ଟଙ୍କା ସହ ମୁମ୍ବାଇରୁ ଫେରାର ହୋଇଯାଇଥିଲେ । ହେଲେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *