କିନ୍ନରକୁ ବାହାହେଲେ ଅର୍ଦ୍ଧବୟସ୍କ, ତା’ପରେ

ନୂଆଦିଲ୍ଲୀ: ବିହାରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବାହାଘର । ଯେଉଁଠାରେ ଜଣେ ଅର୍ଦ୍ଧବୟସ୍କ ବ୍ୟକ୍ତି ଜଣେ କିନ୍ନରଙ୍କୁ ବିବାହ କରିଥିଲେ, ଏତିକିରେ ସରିନଥିଲା କଥା ବିବାହ ଦିନ ସନ୍ଧ୍ୟାରେ ଘର ଛାଡ଼ି ପଳାଇଲେ ଉକ୍ତ କିନ୍ନର । ଘଟଣା ଅନୁଯାୟୀ ବିହାର ଛପ୍ରା ଜିଲ୍ଲାର ମାନ୍ଝୀ ଅଞ୍ଚଳର ମହାବୀର ନାମକ ଜଣେ ବ୍ୟକ୍ତିଙ୍କର ବିବାହ ଅନେକ ସମୟ ଧରି ହେଉନଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ମହାବୀର, ସେପଟେ ତାଙ୍କର ବୟସ ଗଡ଼ିବା ସହ ଲୋକ ତାଙ୍କ ବିଷୟରେ କଥା ହେବାକୁ ଲାଗିଥିଲେ । ତେବେ ତାଙ୍କୁ କେହି ବିବାହ କରିବାକୁ ଚାହୁନଥିଲେ । ତାଙ୍କର ମାନସିକ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଥିଲା । ଏହି ସମୟରେ ଧର୍ମପୁରା ବ୍ରହ୍ମସ୍ଥାନ ନିକଟରେ ରହୁଥିବା ଜଣେ କିନ୍ନରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଗାଁ ଲୋକଙ୍କୁ ଏ ବିଷୟରେ ଜଣାପଡ଼ିବା ପରେ ସେମାନେ ଧୁମଧାମର ସହ ଦୁହଁଙ୍କର ବିବାହ କରିଥିଲେ । କିନ୍ତୁ ଗାଁ ଲୋକ ତାଙ୍କର ବିବାହ ଥଟ୍ଟାରେ କିନ୍ନରଙ୍କ ସହ କରିଥିଲେ । ଦିନସାରା ଭୋଜି ଭାତରେ କଟିବା ପରେ ସନ୍ଧ୍ୟାରେ କିନ୍ନର ଜଣକ ଘର ଛାଡ଼ି ପଳାଇଯାଇଥିଲେ । ପରେ ସତକଥା ଜାଣିଥିଲେ ମହାବୀର ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *