ଦିଲ୍ଲୀରୁ ଦମ୍ପତ୍ତିଙ୍କୁ ଅପହରଣ କରି ମଧ୍ୟପ୍ରଦେଶରେ….

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଥିଲା । କେବଳ ଏତିକି ନୁହେଁ, ମହିଳାଙ୍କ ମୃତଦେହକୁ ରାଜସ୍ଥାନକୁ ନିଆଯାଇ ଫିଙ୍ଗି ଦିଆଯାଇଥିଲା । ଏନେଇ ପୋଲିସ ଆଜି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ଏହି ଜଘନ୍ୟ ଅପରାଧ ଘଟାଇଥିବାରୁ ପୋଲିସ ଝିଅର ପରିବାର ସଦସ୍ୟଙ୍କୁ ଗିରଫ କରିଛି । ଝିଅର ପରିବାର ସଦସ୍ୟ ଏହି ଅପରାଧ ସ୍ୱୀକାର କରିଥିବାବେଳେ ପୋଲିସ କହିଛି ଯେ ମୃତ ମହିଳା ଜଣକ ନାବାଳିକା ଥିବାବେଳେ ଯୁବକ ଜଣକ ସାବାଳକ ଥିଲେ । ଉଭୟ ମୃତକଙ୍କ ଘର ଉତ୍ତରପ୍ରଦେଶରେ ଫିରୋଜାବାଦ ଅଞ୍ଚଳର ହୋଇଥିବାବେଳେ ସେମାନେ ପଡୋଶୀ ଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଉଭୟ ନିଜ ପରିବାର ସଦସ୍ୟଙ୍କୁ ବିବାହ ପାଇଁ ମନାଇବାକୁ ଅନେକ ଥର ଚେଷ୍ଟା କରିଥିଲେ ବି କିନ୍ତୁ ସେମାନେ ରାଜି ହୋଇନଥିଲେ । ଏହା ପରେ, ଜୁଲାଇ ୩୧ ରେ, ଉଭୟ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିଲେ ।

କିଛି ଦିନ ପରେ ଝିଅର ପରିବାର ଉଭୟ ଦିଲ୍ଲୀରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ । ସେଠାରେ ସେମାନେ ବିବାହ କରିସାରିଥିବାବେଳେ ଏହି ଦମ୍ପତିଙ୍କୁ ଜିପ୍‌ରେ ଦିଲ୍ଲୀରୁ ଅପହରଣ କରାଯାଇଥିଲା । ଅପହରଣ ପରେ ଉଭୟଙ୍କୁ ମଧ୍ୟପ୍ରଦେଶର ଭିଣ୍ଡକୁ ନିଆଯାଇଥିଲା । ସେଠାରେ ଉଭୟଙ୍କୁ ହତ୍ୟା କରାଯିବା ପରେ ଯୁବକଙ୍କ ମୃତଦେହକୁ ମଧ୍ୟପ୍ରଦେଶର ଅଟାରରେ ଫୋଫାଡ଼ି ଚାଲିଯାଇଥିଲେ । ସେହିପରି ପ୍ରମାଣ ଲୁଚାଇବାକୁ ଯୁବତୀଙ୍କ ମୃତଦେହକୁ ରାଜସ୍ଥାନର ଢ଼ୋଲପୁରରେ ଫୋଫାଡ଼ି ଦେଇଥିଲେ । ଅଗଷ୍ଟ ୫ରେ ରାଜସ୍ଥାନ ପୋଲିସକୁ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହି ସମୟରେ ପୁଅର ନିଖୋଜ ସମ୍ପର୍କରେ ପୁଅର ପିତା ଅଗଷ୍ଟ ୧୦ରେ ଏକ ମାମଲା କରିଥିଲେ । ରାଜସ୍ଥାନରେ ଯୁବତୀଙ୍କ ମୃତଦେହ ମିଳିବା ପରେ ପୋଲିସ ସନ୍ଦେହ କରିଥିଲା । ଏହି ଦୁଇଙ୍କ ମୃତ୍ୟୁ ମଧ୍ୟରେ କିଛି ସମାନତା ରହିଛି । ଯେତେବେଳେ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଲୋକେସନ ବିଷୟରେ ପୋଲିସ ତଦନ୍ତ କରିଥିଲା, ସେତେବେଳେ ଏହା ପ୍ରଥମେ ଦିଲ୍ଲୀ, ପରେ ଭିଣ୍ଡ ଏବଂ ପରେ ଗ୍ୱାଲିଅର୍ ଏବଂ ଢ଼ୋଲପୁର ଯାଇଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଝିଅର ପରିବାର ସଦସ୍ୟଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ପରେ ସେମାନେ ଏହି ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *