ଦିବ୍ୟାଙ୍ଗ ଦମ୍ପତିଙ୍କ ନିଆରା ବିବାହ

ଖୋର୍ଦ୍ଧା : ଭଗବାନଙ୍କ ସୃଷ୍ଟିରେ କାହା ଭାଗ୍ୟ କେଉଁ ମୋଡ଼ ନେବ ତାହା କହି ହୁଏନି । ତେବେ ଏହି ଆଧାରରେ ଜନ୍ମରୁ କେହି ଅନାଥ କି ଦିବ୍ୟାଙ୍ଗ ହୋଇ ନଥା’ନ୍ତି । କିନ୍ତୁ ଅନାଥ ହୋଇଗଲା ପରେ ସମାଜରେ ସେମାନଙ୍କ ସ୍ଥାନ କେଉଁଠି, କ’ଣ ତାଙ୍କର ପରିଚୟ, କାହାକୁ ଜଣା ନ ଥାଏ । ଏହି ଅନାଥ ଶିଶୁ ବଡ଼ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେବେ, ବିବାହ ବନ୍ଧନରେ ବାନ୍ଧି ହୋଇ ସଂସାର ଗଢିବେ, ଯାହା ଏକ ସ୍ୱପ୍ନ କିନ୍ତୁ ତାହା ବାସ୍ତବରେ ପରିଣତ ହୋଇଛି ଅର୍ଚ୍ଚନା ଏବଂ ଜୟରାମଙ୍କ କ୍ଷେତ୍ରରେ । ସୂଚନା ଅନୁଯାୟୀ, ଅର୍ଚ୍ଚନା ଛଅ ସାତ ବର୍ଷର ହୋଇଥିବା ବେଳେ ଅନାଥ ହୋଇଯାଇଥିଲେ, ପୁଣି ଦିବ୍ୟଙ୍ଗ ମଧ୍ୟ । ତାର ଗୋଟିଏ ଗୋଡ଼ ହାତ ଠିକ ଭାବରେ କାର୍ଯ୍ୟ କରେ ନାହିଁ । ଖୋର୍ଦ୍ଧା ଆଦୃତ ନାମକ ଶିଶୁ ସୁରକ୍ଷା ସଂଗଠନ ଏହି ଶିଶୁ କନ୍ୟାକୁ ୨୦୦୬ ମସିହାରେ ଗ୍ରହଣ କରି ନେଇଥିଲେ । ସେଠାରେ ସେ ଲାଳିତ ପାଳିତ ହୋଇ ଏବେ ୨୨ ବର୍ଷର ଯୁବତୀ ହେବା ପରେ ସେହି ଅନୁଷ୍ଠାନରେ ଚାକିରୀ ପାଇଥିଲେ । ଠିକ ସେହିପରି ଜୟରାମ ପିଲାବେଳୁ ଅନାଥ, ମୁକ ମଧ୍ୟ ଠିକ ଭାବେ କଥା କହିପାରନ୍ତି ନାହିଁ । ତାକୁ ୧୪, ୧୫ ବର୍ଷ ବୟସ ହେବାବେଳେ ୨୦୧୦ ମସିହାରେ ବାରକୋଟ ପୋଲିସ ଦ୍ୱାରା ଉଦ୍ଧାର ହୋଇ ସେ ମଧ୍ୟ ଏହି ଆଦୃତ ଶିଶୁ ସୁରକ୍ଷା ସଦନ ବଲାଙ୍ଗୀର ୟୁନିଟରେ ରହିଥିଲେ । ତାଙ୍କୁ୧୮ ବର୍ଷ ହେବା ପରେ ସେ ଏହି ସଂସ୍ଥାରେ ଚାକିରୀ ପାଇଥିଲେ । ଏବେ ଜୟରାମ ଓ ଅର୍ଚ୍ଚନାଙ୍କ ବିବାହ ହୋଇଛି । ସେମାନଙ୍କ ବିବାହ ବିନା ବେଦିରେ ଅତିଥି ମାନଙ୍କ ଉପସ୍ଥିତିରେ ସଂପନ୍ନ ହୋଇଛି । ଏହି ଆଦର୍ଶ ବିବାହ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧୁ ସନ୍ଥ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ମହାନ୍ତି ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ନବ ଦମ୍ପତିଙ୍କୁ ପ୍ରଦାନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *