KFIN TECHNOLOGIES LIMITED – INITIAL PUBLIC OFFER TO OPEN ON DECEMBER 19, 2022

କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍‌ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର

୨୦୨୨ ଡିସେମ୍ବର ୧୯ରେ ଖୋଲିବ

 ଇକ୍ୱିଟି ସେୟାର ପିଛା ଦାମ୍ ୩୪୭ ଟଙ୍କାରୁ ୩୬୬ ଟଙ୍କା ମଧ୍ୟରେ ରହିବ
 ଅଫର ୨୦୨୨ ଡିସେମ୍ବର ୨୧ରେ ବନ୍ଦ ହେବ
 ସର୍ବନିମ୍ନ ୪୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୪୦ଟି ଲେଖାଏଁ ଗୁଣିତକ ହିସାବରେ
ବଢ଼ାଇବାକୁ ପଡ଼ିବ
ଭୁବନେଶ୍ୱର: କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୨ ଡିସେମ୍ବର ୧୯ ତାରିଖ ସୋମବାର ଖୋଲିବ । ଏହି ଅଫ୍‌ର ଫର ସେଲ୍‌ରେ ଜେନେରାଲ ଆଟଲାଂଟିକ୍ ସିଙ୍ଗାପୁର ଫଣ୍ଡ୍ ପିଟିଇ ଲିମିଟେଡ୍‌ର ୧୫୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ସାମିଲ ରହିଛି । ଏହି ଅଫର ୨୦୨୨ ଡିସେମ୍ବର ୨୧ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୪୭ରୁ ୩୬୬ ଟଙ୍କା ମଧ୍ୟରେ ରହିଛି । ବିଡ୍ ପାଇଁ ସର୍ବନିମ୍ନ ୪୦ ଇକ୍ୱିଟି ସେୟାର ଓ ତା’ ପରେ ୪୦ଟି
ଲେଖାଏଁ ଗୁଣିତକ ହିସାବରେ ବଢ଼ାଇବାକୁ ପଡ଼ିବ । ପ୍ରତିଭୂତି ଚୁକ୍ତି (ନିୟାମକ) ନିୟମ, ୧୯୫୭ର ଧାରା ୧୯(୨)(ବି) ଓ ସେବିର ନିୟମ ଅନୁସାରେ ବୁକ୍ ବିଲ୍‌ଡିଂ ପ୍ରକ୍ରିୟାରେ ଏହି ଅଫର ଉପସ୍ଥାପନ କରାଯାଉଛି । ଯୋଗ୍ୟ ସଂସ୍ଥାଗତ ନିବେଶଙ୍କୁ ୭୫%ରୁ କମ୍ ଇକ୍ୱିଟି ସେୟାର ମାନୁପାତିକ ଭିତିରେ ଅବଂଟନ କରାଯିବ ।ଏହାର ୬୦ ପ୍ରତିଶତ ଆଙ୍କର ନିବେଶକଙ୍କୁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ ଫଣ୍ଡ୍ ସଂସ୍ଥାଙ୍କୁ ଦିଆଯିବ । ଯଦି ଆଙ୍କର ନିବେଶକଙ୍କ ପାଇଁ ଥିବା ସବୁ ଇକ୍ୱିଟି ସେୟାର ପାଇଁ ଆବଶ୍ୟକ ବିଡ୍ ନଆସିବ ତେବେ ବଳକା ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିଶେକଙ୍କୁ ପ୍ରଦାନ କରାଯିବ । ୧୫%ରୁ କମ୍ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡରଙ୍କ ପାଇ ରଖାଯିବ । ୧୦%ରୁ ଅଧିକ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକଙ୍କ ପାଇଁ ରଖାଯାଇପାରିବ ନାହିଁ । ଯଦି ଅତିକମ୍‌ରେ ୭୫% ଇକ୍ୱିଟି  ସେୟାରକୁ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ ନାହିଁ ତେବେ ସମସ୍ତ ଆବେଦନ ରାଶିକୁ ଫେରସ୍ତ କରାଯିବ । ରେଡ୍ ହେରିଂ ପ୍ରୋସପେକ୍ଟସ ଜରିଆରେ ଉପଲବ୍ଧ କରାଯାଇଥିବା କଂପାନିର ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ । ଏହି ଅଫରର ଷ୍ଟକ ଏକ୍ସଚେଂଜ୍ ହେଉଛି ଏନ୍‌ଏସ୍‌ଇ । ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍‌ ଲିିମିଟେଡ୍ ଏବଂ ଜେଫେରିଜ୍ ଇଣ୍ଡିଆ ଲିମିଟେଡ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *