କେରଳରେ ଜିକା ଭାଇରସ୍ ପ୍ରକୋପ

ଥିରୁବନନ୍ତପୁରମ୍ : କେରଳରେ କରୋନା ମହାମାରୀ ଆତଙ୍କ ମଧ୍ୟରେ ବର୍ତ୍ତମାନ ଜିକା ଭାଇରସ୍ ଭୟ ସୃଷ୍ଟି କରୁଛି । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୪ ଜଣ ଲୋକ ମଶା ଦ୍ୱାରା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମଣ ଖବର ସ୍ପଷ୍ଟ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି । ତେବେ ପ୍ରଥମ ଥର ପାଇଁ କେରଳରେ ଜିକା ଭାଇସର ଚିହ୍ନଟ ହୋଇଛି । ସେପଟେ କେରଳରେ ଜିକା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାରୁ ଏହି ରୋଗକୁ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ପଡୋଶୀ ରାଜ୍ୟ କର୍ଣ୍ଣାଟକ ।

ଜିକା ଭାଇରସ୍ ବିସ୍ତାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଥିରୁବନନ୍ତପୁରମ୍ ଜିଲ୍ଲାରୁ ପୁନେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଥିବା ୧୯ଟି ନମୁନା ମଧ୍ୟରୁ ୧୩ଟି ଜିକା ପଜିଟିଭ୍ ଚିହ୍ନଟ ହୋଇଛି । ସମସ୍ତ ୧୩ ଜଣ ସଂକ୍ରମିତ ଥିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ବୋଲି ଜଣାପଡ଼ିଛି ।

ସେମାନେ ସମସ୍ତେ ସହରର ଏକ ଡାକ୍ତରଖାନା ନିକଟରେ ରହୁଥିଲେ । ସହରର ସେହି ଅଞ୍ଚଳ ଏବଂ ସେମାନଙ୍କର ଯାତ୍ରା ଇତିହାସ ଯାଞ୍ଚ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିକା ଭାଇରସ୍ ସଂକ୍ରମଣ ହୋଇଥିବା ଅଞ୍ଚଳ ଓ ଡାକ୍ତରଖାନା ଉପରେ ଧ୍ୟାନ ଦିଆଯିବ । ବର୍ତ୍ତମାନ ସମୟରେ ମଶା ନିୟନ୍ତ୍ରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜିକାକୁ ରୋକିବା ପାଇଁ ବିଭିନ୍ନ ବିଭାଗ ଦ୍ୱାରା ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଭୟଭୀତ ହେବାର କୌଣସି କାରଣ ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *