ବଢ଼ିଲା ଲକଡାଉନ୍, ୯ ତାରିଖ ଯାଏଁ କଟକଣା ; ଜାଣନ୍ତୁ କେଉଁଠି……..

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ନେଇ ଦେଶର ବିଭିନ୍ନ ରାଜ୍ୟ ସରକାର ଗଭୀର ଚିନ୍ତାରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସହିତ କେତେକ ରାଜ୍ୟ ସରକାର ମଧ୍ୟ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି କଡ଼ାକଡ଼ି ନିୟମ ଲାଗୁ କରୁଛନ୍ତି । ଏହି କ୍ରମରେ କେରଳରେ ଲକଡାଉନ୍ ପୁଣି ବଢ଼ିଛି । ଆସନ୍ତା ଜୁନ୍ ୯ ତାରିଖ ଯାଏଁ କଟକଣା ଜାରି ରହିବ ବୋଲି ଜଣାପଡ଼ିଛି । କରୋନା ସଂକ୍ରମଣର ପରିସଂଖ୍ୟାନକୁ ବିଚାର କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଶନିବାର ଲକଡାଉନକୁ ବଢ଼ାଇଥିବା ଘୋଷଣା କରିଛନ୍ତି । ଏଥିସହ ମାଲାପୁରମ୍ ଜିଲ୍ଲାରେ ଲାଗିଥିବା ତୃତୀୟ ଲକଡାଉନକୁ ପ୍ରତ୍ୟାହାର କରିନିଆଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ୨୩ ହଜାର ୫୧୩ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଥିବାବେଳେ ୨୮ ହଜାର ୧୦୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ଜଣଙ୍କ ପ୍ରାଣ ଚାଲିଯାଇଛି । ରାଜ୍ୟରେ ସମ୍ପ୍ରତି ଆକ୍ଟିଭ୍ କେସ୍ ୨ ଲକ୍ଷ ୩୩ ହଜାର ୩୪ ରହିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୮,୪୫୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୧ ଲକ୍ଷ ୪୧ ହଜାର ୭୫୯ ଜଣଙ୍କ ୨୪ ଘଣ୍ଟା ମଧ୍ୟରେ ଟେଷ୍ଟିଂ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *