ବିବାହ ପୂର୍ବରୁ ଜିମ ସାମ୍ନାରେ କ୍ୟାଟ୍ରିନା, ଦେଖାଇଲେ କିଛି ଏମିତି….

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଳଙ୍କ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଦୁହେଁ ନିଜ ବିବାହ ପ୍ରସ୍ତୁତି ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେପଟେ ଉଭୟଙ୍କ ପରିବାର ଲୋକେ ବି ସେମାନଙ୍କ ବିବାହ ପ୍ରସ୍ତୁତିରେ ଜୋରସୋର ଲାଗିପଡିଛନ୍ତି । କିନ୍ତୁ ଉଭୟଙ୍କ ବିବାହ କଡା ନିୟମ ଜାରି କରାଯାଇଛି । ଏମିତିକି ଅତିଥି ମାନଙ୍କୁ ମୋବାଇଲ ଫୋନ ପାଇଁ ବି ଅନୁମତି ନାହିଁ । ବିକି ଓ କାଟ୍ରିନାଙ୍କର ଟିକେ ଝଲକ ନେବା ପାଇଁ ଫଟୋଗ୍ରାଫର ମାନେ ପାଗଳ ହେଉଥିବା ବେଳେ କଡା ତାଗିଦା କାରଣରୁ ତାଙ୍କ ନିକଟରେ ପହଞ୍ଚି ହେଉନାହିଁ । କିନ୍ତୁ ଆଜି ସକାଳେ ଜିମ ସାମ୍ନାରେ କ୍ୟାଟ୍ରିନାଙ୍କ ଝଲକ ଦେଖିବାକୁ ମିଳିଛି । ଆଜି ସକାଳେ ତାଙ୍କୁ ପାପରାଜି ମାନେ ଠାବ କରିଛନ୍ତି । ଏହି ସମୟରେ କ୍ୟାଟ୍ରିନା ତଳେ ଏକ କଳା ରଙ୍ଗର ଜେଗିନ୍ସ ପିନ୍ଧିଥିବା ବେଳେ ଉପରେ ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ସେଠାରେ ଉପସ୍ଥିତ ଥିବା ପାପରାଜି ମାନଙ୍କ ସହିତ ହାତ ବି ମିଳେଇଛନ୍ତି କ୍ୟାଟ୍ରିନା । ତାଙ୍କ ଭାଇ ଓ ଭଉଣୀ ବି ତାଙ୍କ ସହିତ ଜିମରେ ସାମ୍ନାରେ କ୍ୟାଟ୍ରିନାଙ୍କ ସହ ବାହାରୁ ଥିବାର ନଜର ଆସୁଛନ୍ତି । ଭାଇରାଲ ଭାୟାଣୀ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟଗ୍ରାମରେ ଏହି ଭିଡିଓ ଟିକୁ ପୋଷ୍ଟ କରିଥିଲେ । ୟୁଜରମାନେ ସେୟାର ହୋଇଥିବା ଏହି ଭିଡିଓ ଉପରେ ଜବର ଦସ୍ତ କମେଣ୍ଟ କରିବା ସହିତ କ୍ୟାଟ ଓ ଭିକିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ଲେଖିଛନ୍ତିକି କ୍ୟାଟ୍ରିନା ଏଥିରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କୁ ଢେର ସାରା ଶୁଭେଚ୍ଛା । ସୂଚନାରୁ ଜଣାଯାଇଛିଯେ ରାଜସ୍ଥାନର ସୱାଇ ମାଧପୁର ଜିଲ୍ଲା ପ୍ରଶାସନ ଉଭୟଙ୍କ ବିବାହକୁ ନେଇ ତତ୍ପର ଅଛନ୍ତି । ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିବାହକୁ ନେଇ ପୂର୍ବ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି । ରାଜସ୍ଥାନ ସବାଇ ମାଧପୁରର ବରବାର ଠାରେ ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *