KANKADAHADA UCHAPRATHAMIKA BIDYALAYARE PRABESHA USCHHABA.

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ l

NEWS BY JOTIJIBAN

କଙ୍କଡାହାଡ: ୧୵୮୵୨୪-[ ବି.ଏନ.ଓ]- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଙ୍କଡାହାଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁବାର ଯୁକ୍ତ ଦୁଇ କଳା ଶ୍ରେଣୀରେ ନାମ ଲେଖାଇ ଥିବା ନବାଗତ ଛାତ୍ରଛାତ୍ରୀଙ୍କ ମାନଙ୍କ ଉଦେଶ୍ୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା l ଏହି ଅବସରରେ ଆୟୋଜିତ ଉତ୍ସବରେ ଅଧକ୍ଷ ପ୍ରସନ୍ନ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନର ନୀତି ନିୟମ ବିଷୟ ରେ ବୁଝାଇବା ସହ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା ମାନି ଚଳିବାକୁ ପରାମର୍ଶ ଦେଇ ଥିଲେ l ଅଧ୍ୟାପକ ପ୍ରେମାନନ୍ଦ ନାୟକ, ଲକ୍ଷ୍ମୀକାନ୍ତ ଶତପଥୀ, ଅଜୟ ଚିନାରା, ଅଧ୍ୟାପିକା ରାକା ବେନ୍ ପତି ଝୁନୁ ରାୟ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଇତିହାସ, ଉପଲବ୍ଧ ସୁବିଧା ସୁଯୋଗ, ବିଭିନ୍ନ ପ୍ରକାରର ବୃତ୍ତି ଚୟନ ପ୍ରତିଯୋଗିତା, ଛାତ୍ର ବୃତ୍ତି ଇକୋ କ୍ଲବ e library ଆଦି ବିଷୟ ରେ ଆଲୋକପାତ କରିବା ସହିତ ନିଜସ୍ଵ ପରିଚୟ ପ୍ରଦାନ କରି ଥିଲେ l ଏଥିରେ ଯୁକ୍ତ ଦୁଇ କଳା ରେ ନାମ ଲେଖାଇ ଥିବା ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *