ପାଇଖାନା ଟାଙ୍କିରୁ ଉଦ୍ଧାର କରିବାକୁ ଯାଇ ଉଭୟ ମାଲିକ ଓ ଶ୍ରମିକ ମୃତ

ଫୁଲବାଣୀ: ପିଟବାରି ଗାଁରେ ଅଘଟଣ । ପାଇଖାନା‌ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସନ୍ତୋଷ କହଁର ଓ ସଞ୍ଜୟ ପ୍ରଧାନ । ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁରେ ଏକ ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ୍‌ କାଠ ବାହାର କରିବାକୁ ଯାଇ ସନ୍ତୋଷ କହଁର ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରେ ଅଚେତ ହୋଇପଡ଼ିଯାଇଥିଲେ । ଏହା ଦେଖି ଘର ମାଲିକ ସଞ୍ଜୟ ପ୍ରଧାନ ତାଙ୍କୁ ଉଦ୍ଧାର କରିବା ନେଇ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ ।ହେଲେ ସେ ମଧ୍ୟ ଟାଙ୍କି ଭିତରୁ ବାହାରି ପାରିନଥିଲେ । ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀର କର୍ମଚାରୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *