ନବୀନଙ୍କ ‘ଆଶୀର୍ବାଦ’କୁ କଳିକେଶଙ୍କ ସ୍ୱାଗତ

ବଲାଙ୍ଗିର: ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ଆରମ୍ଭ ହୋଇଥିବା ‘ଆଶୀର୍ବାଦ’ ଯୋଜନାକୁ ସ୍ୱାଗତ କରିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ । ୨୦୨୦ ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁଙ୍କୁ ଏହି ସୁବିଧା ମିଳିବ । ମୁଖ୍ୟତଃ କରୋନା ସମୟରେ ବାପା ମାଆଙ୍କୁ ହରାଇଥିବା ଶିଶୁ ପାଇଁ ପରିବାର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ । ଏହି ଯୋଜନାରେ ମାସିକ ୨୫ ଶହ ଟଙ୍କା ମିଳିବ । କେବଳ ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଆଙ୍କୁ ହରାଇଥିଲେ ୧୫୦୦ ଟଙ୍କା ମିଳିବ । ଏହାଛଡା ଏହି ଯୋଜନାର ବ୍ୟବସ୍ଥା ଅନୁଯାୟୀ ପିଲାମାନେ ସେମାନଙ୍କ ପିତାମାତାଙ୍କ ମୃତ୍ୟୁପୂର୍ବରୁ ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେହି ବିଦ୍ୟାଳୟରେ ମଧ୍ୟ ପାଠପଢ଼ିପାରିବେ । ଯଦି ଶିଶୁର ଦାୟିତ୍ୱ ଗ୍ରହଣ କରିଥିବା ସମ୍ପର୍କୀୟ ଅନ୍ୟ କୌଣସି ସ୍ଥାନରେ ରୁହନ୍ତି, ସେହି ସ୍ଥାନରେ ବିଦ୍ୟାଳୟର ବ୍ୟବସ୍ଥା କରାଯିବ । ଆବଶ୍ୟକ ସ୍ଥଳେ ସରକାର ଆଦର୍ଶ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାମାନଙ୍କର ଆଡ୍‌ମିଶନରେ ସହାୟତା କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ହୃଦୟସ୍ପର୍ଶୀ ପଦକ୍ଷେପକୁ କଳିକେଶ ଏକ ପ୍ରେସ୍ ବିବୃତିରେ ସ୍ୱାଗତ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *