ମହାଲିଙ୍ଗ କଲେଜର ଦୁଇ ଲେଡିଜ୍ ହଷ୍ଟେଲରେ ପଶିଲା ପ୍ରଶାସନ

କଳାହାଣ୍ଡି : ମହାଲିଙ୍ଗ କଲେଜ ହଷ୍ଟେଲ୍‌ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାୱାରଙ୍କ ନେତୃତ୍ୱରେ ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ନିର୍ମଳ ସାହୁ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ହଷ୍ଟେଲର କାଗଜପତ୍ର ଯାଞ୍ଚ କରାଯାଇଛି । ସେପଟେ ମହାଲିଙ୍ଗ କଲେଜ କମିଟି ପକ୍ଷରୁ ଆଜି ଅଭିଭାବକ ମାନଙ୍କ ବୈଠକ ଡକାଯାଇଥିଲା । ବୈଠକରେ ଯୋଗଦେଇଥିବା ଅଭିଭାବକମାନେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ସେମାନେ ଛାତ୍ରୀଙ୍କ ସୁରକ୍ଷା ଓ ରହିବା ବ୍ୟବସ୍ଥା କରିବା ସହ ଅନଲାଇନରେ ଶିକ୍ଷା ଚାଲୁ ରଖିବାକୁ ଉପଜିଲ୍ଲାପାଳଙ୍କୁ କହିଥିଲେ । ପୂର୍ବରୁ ଅନେକ ଅଭିଭାବକ ଏହି କଲେଜରୂ ନିଜ ପିଲାଙ୍କ ଟିସି ନେଇଯାଇଛନ୍ତି । ମମିତା ମେହେର ହତ୍ୟା ମାମଲା ପରେ ଏହି କଲେଜ ବିବାଦୀୟ ହୋଇପଡ଼ିଛି । ଯାହାକୁ ନେଇ ଅଭିଭାବକମାନେ ବ୍ୟସ୍ତ ହୋଇପଡ଼ିଥିଲେ । ନିଜ ପିଲାଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ସେମାନେ ଟିସି ନେଇଯାଇଛନ୍ତି । ତେବେ ଏଭଳି ଟିସି ସଂଖ୍ୟା ଧିରେ ଧିରେ ବଢ଼ିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଭାବକ ଓ ଗଣମାଧ୍ୟମକୁ ବୁଝାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *