ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ

କଳାହାଣ୍ଡି : ନଦୀରେ ଭାସୁଛି ମୃତଦେହ ,ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀରେ । ମୃତଦେହଟି ଅଖାରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଅଖାରେ ଥିବା ମୃତଦେହଟି ଭବାନିପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବୋଲି ଜଣାପଡିଛି । ମୃତଦେହକୁ ମୃତକଙ୍କ ଭାଇ ଆସି ଚିହ୍ନଟ କରିଛନ୍ତି । ସୁଚନା ଅନୁସାରେ ସେହି ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ । ଅଖା ବସ୍ତାକୁ ଉଦ୍ଧାର କରି କୂଳକୁ ଆଣି ଖୋଲିବା ବେଳେ ସେଥିରେ ମୃତଦେହ ଥିବା ଦେଖିଥିଲେ । ପରେ ଯୁବକମାନେ ପୋଲିସ୍ କୁ ଖବର ଦେଇଥିଲେ । ମୃତକଙ୍କ ମୁଣ୍ଡର ଆଘାତ ଲାଗିଥିବା ବେଳେ ହତ୍ୟା ପରେ କିଏ ଅଖାରେ ବାନ୍ଧି ନଦୀରେ ଭସାଇ ଦେଲା ତାର ଛାନଭିନ୍ କରୁଛି ପୋଲିସ ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *