୧୦୦ ଦିନ ତାଲିବାନ ଶାସନରେ ଆଫଗାନବାସୀଙ୍କ ଦୁର୍ଦ୍ଦଶା

କାବୁଲ : ମୁଁ ଓ ମୋ ସ୍ୱାମୀ ଉପାସ ରହିପାରିବୁ, କିନ୍ତୁ ଭୋଜନ ବିନା କାନ୍ଦୁଥିବା ପିଲାମାନଙ୍କ ପାଇଁ ଆମେ ଚିନ୍ତିତ । ତାହା ସହ୍ୟ କରିବା କଷ୍ଟକର ବୋଲି ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନୀସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣି କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି, ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ । କେବେ କେବେ ସେତକ ବି ମିଳେନାହିଁ । ଆମେ ଉପାସରେ ଶୋଇପଡୁ । ଆଜି ସକାଳେ ଚା ଟୋପାଏ ପିଇଥିଲୁ । ଦୁଇ ଦଶନ୍ଧି ଯୁଦ୍ଧ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ଆଫଗାନବାସୀ ଗୁରୁତର ମାନବୀୟ ସଙ୍କଟ ଦେଇ ଗତିକରୁଛନ୍ତି । ସେ ସଙ୍କଟର ପ୍ରଭାବ ଜର୍ଗୁନାଙ୍କର ୮ ବର୍ଷିୟ ପୁଅ ମଧ୍ୟ ବୁଝିପାରିଲାଣି । ସେ କହିଛି, ଆମେ ପାଉଁରୁଟି ଖାଉ ଆଉ କେବେ କେମିତି ଭାତ ମୁଠାଏ, କିନ୍ତୁ କେବେ ମାଂସ କି, ଫଳ ଖାଇବାକୁ ପାଉନାହୁଁ । ଆଗ ଠାରୁ ଆମକୁ ଏତେ କମ୍ ଭୋଜନ ମିଳୁଛି ଯେ, ପେଟ ପୂରୁନାହିଁ । କେବେ କେବେ ଖାଇବାକୁ ନ ଥିଲେ, ଖାଡ଼ା ଉପାସରେ ଶୋଇପଡ଼େ । ଏବେ ତାଙ୍କ ପରିବାର ଲୋକେ କଞ୍ଚା ଅଟା ଖାଉଛନ୍ତି । ଜର୍ଗୁନା କହନ୍ତି, ଆମ ଅବସ୍ଥା ଭଲ ନାହିଁ । ଅଳ୍ପ କିଛି ଦିନ ତଳେ ଆମେ ବସ୍ତାଏ ଅଟା ପାଇଥିଲୁ । ତାକୁହିଁ ଖାଇଲୁ । ସବୁ ଜିନିଷ ମହଙ୍ଗା ହୋଇଗଲାଣି । ମହଙ୍ଗା ଯୋଗୁଁ ଆମେ ଆଉ ଅଟା ଓ ତେଲ କିଣି ପାରୁନାହୁଁ । ଖାଦ୍ୟ ଦର ଏତେ ବଢ଼ି ଯାଇଛି ଯେ, ୧ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ପରିବାର ଲୋକେ ଓଳିଏ ମାତ୍ର ଖାଇବାକୁ ଦେବା କଷ୍ଟକର ହୋଇଯାଉଛି । ସରକାରୀ ଚାକିରିଆମାନଙ୍କୁ ତାଲିବାନ୍ ମଜୁରି ଦେଇ ପାରୁ ନ ଥିବାରୁ ଅନେକ ଆଫଗାନମାନେ ଘରର ସାମଗ୍ରୀ ବିକି ଦେଉଛନ୍ତି । ଏବେ ସହରାଞ୍ଚଳ ଓ ନଗରାଞ୍ଚଳ ଅଧିବାସୀମାନଙ୍କ ଖାଦ୍ୟ ସଙ୍କଟ ସମସ୍ୟା ସମାନ ସ୍ତରରେ ପହଞ୍ଚିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *