କାବୁଲ ଡାକ୍ତରଖାନା ଆକ୍ରମଣରେ ବରିଷ୍ଠ ତାଲିବାନ କମାଣ୍ଡର ନିହତ

କାବୁଲ : ଡାକ୍ତରଖାନା ଆକ୍ରମଣକାରୀ ‘ଇସ୍‌ଲାମିକ୍ ଷ୍ଟେଟ୍‌’ ଆତଙ୍କବାଦୀଙ୍କ ସହ ତାଲିବ୍‌ମାନ ମୁକାବିଲା କରୁଥିବା ବେଳେ ତାଲିବାନ୍ ମିଲ୍‌ଟାରି କମାଣ୍ଡର ହାମଦୁଲ୍ଲା ମୋଖଲିସ୍ ନିହତ ହୋଇଥିବା କଥା ଜଣେ ଆଫଗାନ ସରକାରୀ କର୍ମଚାରୀ କହିଛନ୍ତି । ମୋଖ୍‌ଲିସ୍ ଥିଲେ କଠୋରପନ୍ଥୀ ‘ହକ୍କାନି ନେଟ୍‌ୱାର୍କ’ର ଅନ୍ୟତମ ସଦସ୍ୟ ତଥା ‘ବାଦ୍ରି କର୍ପସ୍ ସ୍ପେସାଲ୍ ଫୋର୍ସେସ୍‌’ର ଅଧିକାରୀ ଥିଲେ । ସୂଚନା ଅନୁଯାୟୀ, ତାଲିବାନ୍ ରାଜଧାନୀ କାବୁଲ ଅଧିକାର କରିବା ପରଠାରୁ ନିହତ ହୋଇଥିବା ତାଲିବ୍‌ମାନଙ୍କ ମଧ୍ୟରେ ମୋଖ୍‌ଲିସ୍ ହେଉଛନ୍ତି ସବୁଠୁ ବରିଷ୍ଠ ବ୍ୟକ୍ତିତ୍ୱ । ମଙ୍ଗଳବାର ‘ସର୍ଦାର ମହମ୍ମଦ ଦାଉଦ୍ ଖାଁ ମିଲିଟାରି ହସ୍ପିଟାଲର ଫାଟକରେ ଦୁଇଟି ବିସ୍ଫୋରଣ ଏବଂ ପରେ ପରେ ଭୀଷଣ ଗୁଳି ବର୍ଷଣ ହୋଇଥିଲା । ଆକ୍ରମଣର ୧୫ ମିନିଟ୍ ମଧ୍ୟରେ ତାଲିବାନ୍ ସେନା ଆକ୍ରମଣକାରୀଙ୍କୁ ମୁକାବିଲା କରିଥିବା ଦାବି କରି ତାଲିବାନ୍ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ କହିଛନ୍ତି, ‘ଆଇଏସ୍‌?’ ଅନୁପ୍ରବେଶକାରୀ ସାଧାରଣ ନାଗରିକ, ଡାକ୍ତର ଓ ରୋଗୀମାନଙ୍କୁ ‘ଟାର୍ଗେଟ୍‌’ କରିବାକୁ ଚାହୁଁଥିଲେ । ସେମାନଙ୍କୁ ମୁକାବିଲା କରିବା ଲାଗି ତାଲିବାନ୍‌ର ‘ସ୍ପେସାଲ୍ ଫୋର୍ସଙ୍କୁ ଗୋଟିଏ ହେଲିକପ୍ଟରୁ ଡାକ୍ତରଖାନାର ଛାତ ଉପରେ ଓହ୍ଲାଇ ଦିଆଯାଇଥିଲା । ଏହି ହେଲିକପ୍ଟର ସବୁ ଯୁକ୍ତରାଷ୍ଟ୍ର ଆମେରିକାକୁ ସମର୍ଥନ କରିଥିବା ଆଫଗାନିସ୍ତାନର ପୂର୍ବତନ ସରକାରଙ୍କ ଠାରୁ ତାଲିବାନ୍ ଜବତ କରିଥିଲା । ଡାକ୍ତରଖାନାର ଫାଟକ ନିକଟରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବିସ୍ଫୋରକ ସାମଗ୍ରୀ ଫୁଟାଇବା ପରେ ପରେ ବନ୍ଧୁକଧାରୀମାନେ ଗୁଳିବର୍ଷଣ କରି ଡାକ୍ତରଖାନା ପରିସର ମଧ୍ୟକୁ ପ୍ରବେଶ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *