ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅବସର ଗ୍ରହଣ

କଟକ : ହାଇକୋର୍ଟର ବିଚାରପତି ପ୍ରମଥ ପଟ୍ଟନାୟକ ଚଳିତ ସପ୍ତାହରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଶୁକ୍ରବାର ଓଡ଼ିଶା ହାଇକୋର୍ଟରେ ଜଷ୍ଟିସ୍ ପଟ୍ଟନାୟକଙ୍କର ଶେଷ କାର୍ଯ୍ୟ କାର୍ଯ୍ୟ ଦିବସ । ଏହି ଅବସରରେ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ୍ ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ପଟ୍ଟନାୟକ ୧୯୫୯ ମସିହା ଜୁନ୍ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଭୁବନେଶ୍ୱର ସରକାରୀ ହାଇସ୍କୁଲ୍‌ରେ ଗତ ୧୯୭୫ ମସିହାରେ ହାଇସ୍କୁଲ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୯ରେ ବିଜେବି କଲେଜ୍‌ରୁ ରାଜନିତୀ ବିଜ୍ଞାନ ସମ୍ମାନ ସହ ଗ୍ରାଜୁଏସନ୍ ସମାପ୍ତ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ମାଷ୍ଟରଡିଗ୍ରୀ ଶେଷ କରିଥିଲେ । ଏହାପରେ ୟୂନିଭର୍‌ସିଟି ଆଇନ ମହାବିଦ୍ୟାଳୟରୁ ୧୯୮୬ ମସିହାରେ ସେ ଆଇନ ଶିକ୍ଷା ସମାପ୍ତ କରିବା ସହ ୧୯୮୬ ମସିହାରେ ଓଡିଶା ହାଇକୋର୍ଟରେ ଓକିଲାତି ପେଶା ଆରମ୍ଭ କରିଥିଲେ ।

ସେ ୧୯୯୪ ମସିହାରୁ ଅକ୍ଟୋବର ୧୯୯୪ ପର୍ଯ୍ୟନ୍ତ ସ୍ୟାଟ୍‌ରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ଓଡିଶା ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡି କାଉନ୍‌ସେଲ୍ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ସେହିପରି ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ସେ ସ୍ୟାଟ୍‌ର ଭୁବନେଶ୍ୱର ମୁଖ୍ୟ ବେଞ୍ଚ୍‌୍‌ରେ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ଶ୍ରୀ ପଟ୍ଟନାୟକ ଗତ ୨୦୧୪ ମସିହା ସେପ୍ଟେମ୍ବର ୨ ତାରିଖରେ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଡିସେମ୍ବର ୨୨ ତାରିଖରେ ତାଙ୍କର ଝାଡଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିଲା । ଏହା ପରେ ପୁଣି ତାଙ୍କର ଓଡିଶା ହାଇକୋର୍ଟକୁ ବଦଳି ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *