ବରିଷ୍ଠ ବିଜେପି ନେତା ଜୁଏଲ୍ ଓରାମଙ୍କୁ କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବେଶ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟ ଓ କରୋନା ଯୋଦ୍ଧା ଏହାର ଶିକାର ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ନେତା ଓ ମନ୍ତ୍ରୀ । ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ପଜିଟିଭ ହୋଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋଦ୍ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ପଜିଟିଭ ହୋଇଥିଲେ । ରିପୋର୍ଟ ପଜିଟିଭ ଆସିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ଖୋଦ୍ ନରସିଂହ । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *