ବାଇଡେନ୍ ନେବେ ଥାର୍ଡ ଡୋଜ

ନୂଆଦିଲ୍ଲୀ: କୋଭିଡ-୧୯ର ପ୍ରକୋପ ଏବେବି ସମଗ୍ର ବିଶ୍ୱରୁ ଶେଷ ହୋଇନାହିଁ । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କରୋନା ବିରୋଧରେ ଲଢ଼ିବା ପାଇଁ ଭାକ୍ସିନର ତୃତୀୟ ଡୋଜ ନେବେ । ଆମେରିକା ରାଷ୍ଟ୍ରପତିଙ୍କ ଛଡ଼ା ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ମଧ୍ୟ କରୋନାର ତୃତୀୟ ଡୋଜ ନେବେ । ଏବିସି ନ୍ୟୁଜ ସହ କଥାବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ‘ଆମେ ବୁଷ୍ଟର ଡୋଜ ନେବାକୁ ଯାଉଛୁ’ । ବାଇଡେନ ଗୁରୁବାର କହିଛନ୍ତି ଯେ ୨୦ ସେପ୍ଟେମ୍ବରରୁ ଭାକ୍ସିନର ବୁଷ୍ଟର ଡୋଜ ଉପଲବ୍ଧ ହେବ । ଏବେ ଏହାର ଅନୁମତି ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପାଖରେ ରହିଛି, ଆଉ ଏହାକୁ ଖୁବଶୀଘ୍ର ମଞ୍ଜୁରୀ ମିଳିବା ନେଇ ଆଶା କରାଯାଉଛି । ସେ ଆହୁରି କହିଛନ୍ତି ଯେ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ ମାଗଣା ରହିବ ଏବଂ ଏହା ସେହିମାନେ ନେଇପାରିବେ ଯେଉଁମାନେ ଭାକ୍ସିନର ଦୁଇଟି ଡୋଜ ନେବାର ୮ ମାସ ହୋଇସାରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *