୩ ଦିନ ବ୍ଲକ୍ କାର୍ଯ୍ୟାଳୟ ଘେରିିବ ବିଜେପି

ଝାରସୁଗୁଡା : ଝାରସୁଗଡ଼ା ଜିଲ୍ଲାରେ ଥିବା ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଉବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଝାରସୁଗୁଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି । କେଉଁଠି ଜମିବାଡ଼ି କୋଠା ଥିବା ଲୋକଙ୍କୁ ଆବସ ଘର ପ୍ରଦାନ କରାଯାଇଛି ତ କିଏ ପ୍ରଧାନମନ୍ତ୍ରୀ ଆବାସ ଘର ଉପରେ ୩ ମହାଲା କୋଠା ତୋଳିଛି । ହେଲେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସଟିଏ ମିଳୁନାହିଁ । ୨୦୧୬ ମସିହାରୁ ଏଯାଏଁ ୩୨ହଜାର ୪ଶହ ପ୍ରଧାନମନ୍ତ୍ରୀ ଆବାସ ଘର ଝାରସୁଗୁଡାକୁ ଆସିଛି । ଗରିବ ଲୋକଙ୍କୁ ଘର ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଟଙ୍କା ଯୋଗାଇଛନ୍ତି ।

ହେଲେ ଝାରସୁଗୁଡାରେ ଅନେକ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ବିଜୁ ଜନତା ଦଳରେ ସାମିଲଥିବା ଅନେକ ନେତା ଯେଉଁମାନେକି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବାର ଯୋଗ୍ୟ ନୁହନ୍ତି ସେମାନଙ୍କୁ ଘର ପ୍ରଦାନ କରାଯାଇଛି । ତେଣୁ ଗରିବ ଲୋକଙ୍କ ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ପଠାଉଥିବା ଟଙ୍କାକୁ ସୁବିନିଯୋଗ କରି ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉବୋଲି ଶ୍ରୀ ତ୍ରୀପାଠି ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସରେ ଘୋଟାଲା କରିଥିବା ଲୋକ, ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ଆସନ୍ତା ୭ ତାରିଖ କିର୍ମିରା ଓ ଲଇକେରା ବ୍ଲକ୍‌, ୮ ତାରିଖ କୋଲାବିରା ଓ ଝାରସୁଗୁଡା ବ୍ଲକ୍ ଏବଂ ୯ ତାରିଖ ଦିନ ଲଖନପୁର ବ୍ଲକ୍ ବିଜେପି ପକ୍ଷରୁ ଘେରାଉ କରାଯିବ ବୋଲି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠି କହିଛନ୍ତି । ଏହି ଅବସରରେ ନବଲ ଅଗ୍ରଓାଲ, ପ୍ରେମସେନ ରାୟ, ବିମଳେନ୍ଦୁ ଭୋଲ, ପୁରୁଷୋତ୍ତମ ଥିରାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *