୨ ଦିନରେ ୬୨ ପଜିଟିଭ,୨ଦୋକାନ ସିଲ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ୨ ଦିନରେ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରେ ଝାରସୁଗୁୂଡା ପୌରପରିଷଦ ଅଞ୍ଚଳରୁ ୨୬ ଜଣ, ବେଲପାହାଡ ପୌରପରିଷ ଅଞ୍ଚଳରୁ ୫ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୪ଜଣ, ଝାରସୁଗୁଡ଼ା ବ୍ଲକରୁ ଜଣେ, ଲଖନପୁର ବ୍ଲକରୁ ୨ ଜଣ ବାହାର ଜିଲା୍ଲର ହସ୍ପିଟାଲରେ ୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଲଇକେରା, କିର୍ମିରା, କୋଲାବିରା ଅଞ୍ଚଳରୁ ଗତ ୨ ଦିନ ମଧ୍ୟରେ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇନାହାନ୍ତି । ତେବେ ଜିଲ୍ଲାରେ ବଢୁଥିବା କରୋନାକୁ ଆୟତ କରିବାପାଇଁ ପ୍ରଶାସନ ପକ୍ଷରୁ ୧୬ଟି ସ୍ଥାନକୁ କନ୍‌ଟେନ୍‌ମେଣ୍ଟ ଜୋନ ଓ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଝାରସୁଗୁଡାର ପୁରୁଣାବସ୍ତି, ବଡତିଆ, ଗାୟତ୍ରୀ ନଗର, ବେହେରାମାଲ, ସରବହାଲ, ବମ୍ବେଛକ, ଛଣ୍ଡାଛକ, ରେଲୱେ କଲୋନୀ, କବରସ୍ଥାନପଡା, ମହୁଲପଡା, ପିପିଲିମାଲ, ମହୁଲପଡା, କୁଟ୍ରାଚୁୁନା ଆଦି ସ୍ଥାନକୁ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି ।

କଣ୍ଟେନ୍‌ମେଣ୍ଟ୍ ଜୋନ ବାହାରେ ଏକ ନିର୍ଦ୍ଧିଷ୍ଟ ପରିସୀମାକୁ ବଫର ଜୋନ ମଧ୍ୟ ଘୋଷଣା କରାଯାଇଛି । ଏହି କଣ୍ଟେନ୍‌ମେଣ୍ଟ୍ ଜୋନର ଏବଂ ବଫର ଜୋନରେ ଲୋକଙ୍କ ଯାତାୟାତକୁ ବାରଣ କରାଯାଇଛି । ପ୍ରଶାସନର ଅନୁମତି ସହ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବାହନ କରୁଥିବା ଯାନବାହନ ଏହି ଅଞ୍ଚଳକୁ ପ୍ରବେଶ କରିପାରିବ । ଅନ୍ୟପଟେ କଣ୍ଟେନ୍‌ମେଣ୍ଟ୍ ଜୋନ ଚିହ୍ନଟ ହୋଇଥିବା ସମସ୍ତ ଅଞ୍ଚଳରେ ଲୋକେ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ଏହି କନ୍‌ଟେନ୍‌ମେଣ୍ଟ ଜୋନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ଭାବରେ ନଜର ରଖାଯାଇଛି ।

ଅନ୍ୟପଟେ ଛତିଶଗଡରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଝାରସୁଗୁଡା ସୀମାନ୍ତରେ କନକତୋରାରେ ଯାନବାହନ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବାସହ ଲୋକଙ୍କୁ ଯଥା ସମ୍ଭବ ଛତିଶଡ ଯାତାୟାତ ନକକରିବା ପାଇଁ ସଚେତନ କରାଯାଉଛି । ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମବାରଠୁ ଝାରସୁଗୁଡାରେ ଜାରି କରିଥିବା ନାଇଟ କର୍ଫ୍ୟୁ(ରାତି ୧୦ରୁ ସକାଳ ୫ଟା)କୁ କଡାକଡି ଭାବରେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *