ମୋନିକା ଯୋଶୀ ଆତ୍ମହତ୍ୟା କରିଥିଲେ : ପୋଲିସ

ଝାରସୁଗୁଡା : ବହୁ ଚର୍ଚ୍ଚିତ ମୋନିକା ଯୋଶୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ତେବେ ମୋନିକାଙ୍କ ହତ୍ୟା କରାଯାଇ ନାହିଁ । ସେ ଆତ୍ମହତ୍ୟା କରିଥିଲେ ବୋଲି ଆଜି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୋନିକାଙ୍କ ଘରୁ ବରାମତ ହୋଇଥିବା ଚିଠି, ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ମୋନିକାଙ୍କ ସାଙ୍ଗର ବୟାନ, ବ୍ରଜରାଜନଗର ରେଳ ଷ୍ଟେସନର ସିସିଟିଭି ଫୁଟେଜକୁ ଆଧାରକରି ମୋନିକା ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ସିଦ୍ଧାନ୍ତରେ ପହଂଚିଛି । ମୋନିକାଙ୍କ ଘରୁ ମିଳିଥିବା ଚିଠି ଅନୁସାରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ରହିଥିଲା ।

ସେହିପରି ପୋଷ୍ଟମୋର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ଫଲେନ ଡାଉନ ଆସିଥିଲା । ଫଳରେ ମୋନିକା ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ସିଦ୍ଧାନ୍ତରେ ପହଂଚିଛି । ତେବେ ଆର୍ଥିକ ଅସୁବିଧା ଯୋଗୁଁ ମୋନିକା ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଏସ୍‌ପି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଯାଏଁ କେସ୍ ବନ୍ଦ ହୋଇ ନାହିଁ । କାରଣ ମୋନିକାଙ୍କ ଘରୁ ବରାମତ ହୋଇଥିବା ଚିଠି ମୋନିକା ନିଜେ ଲେଖିଥିଲେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇନାହିଁ । ଚିଠିଟିକୁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲେବକୁ ପଠାଯାଇଛି । ସେଠାରେ ମୋନିକାଙ୍କ ହସ୍ତାକ୍ଷରସହ ଚିଠିର ହସ୍ତାକ୍ଷର ମିଶିବାପରେ କେସ୍‌କୁ କ୍ଲୋଜ କରାଯବି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *