jhadaabanti re 1mruta aneka akranta.

ପୁରୁଷୋତ୍ତମପାଲି ଗାଁରେ ଝାଡାବାନ୍ତି: ୧ ମୃତ, ଅନେକ ଆକ୍ରାନ୍ତ

ବୀରମହାରାଜପୁର:୧୭-୦୮-୨୪(ବିଏନଓ ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲି ଗ୍ରାମରେ ଝାଡାବାନ୍ତି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏବେ ବି ଅନେକ ଏଥିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି।  ଖବର ଅନୁସାରେ ଗ୍ରାମର ଦେବରାଜ ବେହେରା (୬୪) ନାମକ ବୃଦ୍ଧ ପ୍ରଥମେ ଗତ ୧୩ ତାରିଖ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସେହିଦିନ ରାତ୍ରୀ ପ୍ରାୟ ୩ଟା’ ସମୟରେ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପରେ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୧୫ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ସେହି ପରିବାରର ଆହୁରି ୪ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ଆହୁରି ୪ ଜଣଙ୍କ ଠାରେ ଝାଡାବାନ୍ତିର ଲକ୍ଷଣ ଦେଖାଦେଇଥିଲା।
ସେମାନଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଏଏନଏମ ଦିଦି, ଗ୍ରାମର ଆଶା କର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ଗ୍ରାମରେ ଘରକୁ ଘର ବୁଲି ଆଜି ଓଆରଏସ ଏବଂ ଆବଶ୍ୟକ ଔଷଧ ବଣ୍ଟନ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଆଜି ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ମୁର୍ଷୁଣ୍ଢି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼ା. ଶିବାନନ୍ଦ ଚାଉଳିଆ ଓ ଆୟୁଷ ଚିକିତ୍ସକ ଡ଼ା.ନିରୁପମା ମହାପାତ୍ରଙ୍କ ନେତୃତ୍ବରେ ଏକ ଡ଼ାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। 
ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ଡ଼ାକ୍ତରୀ ଦଳ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୪ ଜଣ ଆକ୍ରାନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ୨ ଜଣ ଆକ୍ରାନ୍ତ ମୁର୍ଷୁଣ୍ଢି ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ଆକ୍ରାନ୍ତ ଗାଁରେ ରହି ଔଷଧ ସେବନ କରିବା ପରେ ସୁସ୍ଥ ଥିବା ଜଣାପଡ଼ିଛି।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *