ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଜେଇଇ(ମୁଖ୍ୟ) ପରୀକ୍ଷା ପାଇଁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଦେଖାଯାଇଥିବା ଅଭୁତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ(ମୁଖ୍ୟ) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ବନ୍ୟା ଓ ଭୂସ୍ଖଳନ ପ୍ରପୀଡ଼ିତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସିପାରିବେ ନାହିଁ, ସେମାନଙ୍କୁ ଆଉ ଏକ ତାରିଖରେ ପରୀକ୍ଷା କରିବାକୁ ସୁଯୋଗ ଦିଆଯିବ । ଏ ସମ୍ପର୍କରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ଆସନ୍ତା ୨୫ ଓ ୨୭ ଜୁଲାଇରେ ଜେଇଇ (ମୁଖ୍ୟ) ପରୀକ୍ଷା ହେବାକୁ ଥିବାବେଳେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମହାରାଷ୍ଟ୍ରର ରତ୍ନଗିରି, ପାଲଘର, କୋହ୍ଲାପୁର, ରାଇଗଡ, ସିନଦୁର୍ଗ,ସାଂଗଲି ଆଦି ଜିଲ୍ଲାର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସିବା ସମ୍ଭବ ହେବ ନାହିଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ଏ ନେଇ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଏନଟିଏ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବ ଶୀଘ୍ର ଏନଟିଏ ପକ୍ଷରୁ ସେମାନଙ୍କ ପାଇଁ ଆଉ ଏକ ତାରିଖ ଘୋଷଣା କରାଯିବ ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *