ଜେଇଇ ପରୀକ୍ଷା ପାଇଁ ବିନା ବାଧାରେ ଯାଇପାରିବେ ଛାତ୍ରଛାତ୍ରୀ : ପୁରୀ ଏସପି

ପୁରୀ : ପୁରୀରେ ମଙ୍ଗଳବାର ବାହୁଡ଼ାଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆହୁରି କଡ଼ାକଡ଼ି ଲାଗୁହେବ କଟକଣା । କାରଣ ମହାପ୍ରଭୁଙ୍କ ଯାତ୍ରା ଆରମ୍ଭରେ ଅନେକ କୋଭିଡ୍ ନିୟମ ଭଙ୍ଗିଥିବା ଧରାପଡ଼ିଥିଲା । ଫଳରେ ପୁରୀ ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । କିନ୍ତୁ ପିଲାମାନଙ୍କ ଜେଇଇ ପରୀକ୍ଷା ରହିଥିବାରୁ ଅନେକ ଦ୍ୱନ୍ଦ୍ୱରେ ରହିଥିଲେ । ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ । ବାହୁଡ଼ା ଯାତ୍ରା କଟକଣା ଭିତରେ କିଭଳି ଜେଇଇ ପରୀକ୍ଷା ଦେବାକୁ ଯିବେ ବୋଲି ଛାତ୍ରଛାତ୍ରୀ ଦ୍ୱନ୍ଦରେ ରହିଥିଲେ । ଏହାକୁ ନେଇ ଏସପି ଉପରୋକ୍ତ ପ୍ରତିକ୍ରୟା ରଖିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷା ଦେବାକୁ ଯିବେ ସେମାନେ ତାଙ୍କର ଆଡମିଟ୍ କାର୍ଡ ଦେଖାଇ ବିନା କୌଣସି ଅସୁବିଧାରେ ଯାଇପାରିବେ ବୋଲି ଏସପି ସ୍ପଷ୍ଟ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *